ଅଂଶୁଘାତ ମୁକାବିଲା ପାଇଁ ପ୍ରତି ଜିଲ୍ଲାରେ ହେବ କାର୍ଯ୍ୟକ୍ରମ : ଏସ୍ଆ‌ରସି

ଭୁବନେଶ୍ଵର : ଚଳିତ ବର୍ଷ ଅଂଶୁଘାତର ମୁକାବିଲା କରିବାକୁ ଓଡ଼ିଶା ପ୍ରସ୍ତୁତ। ଆସନ୍ତା ଏପ୍ରିଲ ମାସର ୧୦ ତାରିଖ ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଅଂଶୁଘାତ ମୁକାବିଲା କାର୍ଯ୍ୟକ୍ରମର ଆୟୋଜନ କରାଯିବାର ପ୍ରସ୍ତାବ ରହିଛି। ଏହି ସୂଚନା ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ୍‌ କମିସନର (ଏସ୍ଆ‌ରସି) ପ୍ରଦୀପ ଜେନା।

ବୁଧବାର ଅଂଶୁଘାତକୁ ମୁକାବିଲା ପାଇଁ ମୁଖ୍ୟ ସଚିବ ଓ ସମସ୍ତ ବିଭାଗର ସଚିବଙ୍କୁ ନେଇ ବୈଠକ ବସିଥିଲା। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି। ସେ କହିଲେ ମାର୍ଚ୍ଚରୁ ଜୁନ ମାସ ଭିତରେ ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହୋଇଥାଏ। ଏହି ସମୟରେ ରାଜ୍ୟର ବିଭିନ୍ନ ଅଂଚଳରେ ନଳକୂପ ଓ ପିଇବା ପାଣି ସମସ୍ୟାକୁ ସମାଧାନ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି ବିଦ୍ୟୁତଜନିତ ସମସ୍ୟା ରୋକିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ପଶୁପକ୍ଷୀମାନେ ଯେପରି ଜଳଜନିତ କଷ୍ଟ ଅନୁଭବ ନକରିବେ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିବା ବେଳେ ଲୋକଙ୍କୁ ଘର ଆଗରେ ପାଣିପାତ୍ର ରଖିବାକୁ ପରାମର୍ଶ ଦିଆଯାଇଛି ଶ୍ରୀ ଜେନା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button