ଅନୁଭବ କହିଲେ କେତେକଙ୍କ ଇଙ୍ଗିତରେ ସୋସିଆଲ୍ ମିଡିଆରେ ଗୁଜବ ପ୍ରଚାର କରାଯାଉଛି

ଭୁବନେଶ୍ଵର : ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବିବାଦ ଏବେ ଚର୍ଚ୍ଚାରେ ରହିଛି। ଆଜି ଟୁଇଟ୍ କରି ଏ ସମ୍ପର୍କରେ ପୁଣି ମତ ରଖିଛନ୍ତି ସାଂସଦ ଅନୁଭବ ମହାନ୍ତି। ଅବୁଭବ ଲେଖିଛନ୍ତି କେତେକ ବ୍ୟକ୍ତିଙ୍କ ଇଙ୍ଗିତରେ ସୋସିଆଲ୍ ମିଡିଆରେ ଗୁଜବ ପ୍ରଚାର କରାଯାଉଛି। ଏହି ମାମଲା ଅଦାଲତଙ୍କ ବିଚାରାଧୀନ ରହିଛି। ମାନ୍ୟବର ଅଦାଲତ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବେ। ଏହା ନିଃସନ୍ଦେହ, ସାଧୁତା ଓ ସତ୍ୟର ବିଜୟ ହେବ। ଏହି ଟୁଇଟ୍ ସେ କେବଳ ତାଙ୍କର ଓକିଲ ଅଶ୍ଵିନୀ ଦୁବେଙ୍କୁ ଟ୍ୟାଗ୍ କରିଛନ୍ତି।

ମତାମତ ଦିଅନ୍ତୁ ।