ଅନୁଭବ ଓ ବର୍ଷା ଫ୍ୟାମିଲି କୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେଲେ

କଟକ : ସାଂସଦ ତଥା ଅଭନେତା ଅନୁଭବ ମହାନ୍ତି ଓ ଅବିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଛେଦ ମାମଲା କୋର୍ଟରେ ଚାଲିଛି। ଦୁହେଁ ଆଜି ଫ୍ୟାମିଲି କୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିଲେ ହେଁ ମାମଲାରେ କୌଣସି ଚୁଡାନ୍ତ ସମାଧାନ ହୋଇ ପାରିନାହିଁ। ଆସନ୍ତା ୧୪ରେ ଉଭୟଙ୍କୁ ପୁଣି ଥରେ ହାଜର ହେବାକୁ କୋର୍ଟଙ୍କ ନିର୍ଦେଶ ରହିଛି। ତେବେ ମାମଲା ସମ୍ପର୍କରେ ଉଭୟ ଗଣମାଧ୍ୟମକୁ କିଛି କହି ନାହାଁନ୍ତି।

ସେହିଭଳି ଗତକାଲି ପୁରୀଘାଟ ଥାନାରେ ଅନୁଭବ ବର୍ଷାଙ୍କ ବିରୋଧରେ ଏତଲା ଦେଇଛନ୍ତି। ଅଭିଯୋଗରେ କହିଛନ୍ତି ମୋ ଘରେ ରହି ମୋ ବିରୁଦ୍ଧରେ ଷଢଯନ୍ତ୍ର କରୁଥିବା ନେଇ ଅଭିଯୋଗରେ ଉଲ୍ଲେଖ କରୁଛନ୍ତି। ଏଥିସହ କିଛି ସିସିଟିଭି ଫୁଟେଜକୁ ମଧ୍ୟ ନଜର ଦେବାକୁ କହିଛନ୍ତି। ଯେଉଁଥିରେ ବର୍ଷା କିଭଳି ତାଙ୍କ ବିରୁଦ୍ଧରେ ଅନ୍ୟମାନଙ୍କ ସହ ଆଲୋଚନା କରୁଛନ୍ତି ତାହା ସ୍ପଷ୍ଟ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର
between image and heading

Comments are closed.