ଅନୁଭବଙ୍କ ବିରୋଧରେ କୋର୍ଟ ଗଲେ ବର୍ଷା

ଭୁବନେଶ୍ୱର : ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ମଧ୍ୟରେ ପାରିବାରିକ ଝଡ଼ ଉଠିଛି। ନିଜର ଭରଣପୋଷଣ ପାଇଁ କଟକ ଏସ୍‌ଡିଜେଏମ୍‌ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି ବର୍ଷା। ପ୍ରୋଟେକ୍ସନ୍ ଅଫ୍‌ ଓମେନ୍ ଫ୍ରମ୍ ଡୋମେଷ୍ଟିକ୍‌ ଭାଓଲେନ୍ସ ଆକ୍ଟ ୨୦୦୫ ଅଧୀନରେ ମୋକଦ୍ଦମା ଦାୟର କରାଯାଇଥିବା ବେଳେ ଏ ସମ୍ପର୍କରେ ଜିଲ୍ଲା କୋର୍ଟର ୱେବସାଇଟ୍‌ରେ ସୂଚନା ଦିଆଯାଇଛି। ପାରିବାରିକ ହିଂସା ସମ୍ପର୍କିତ ଅଭିଯୋଗ ଦର୍ଶାଯାଇଛି। ଅଗଷ୍ଟ ୭ ତାରିଖରେ ଏହି ମୋକଦ୍ଦମା ଦାୟର କରାଯାଇଥିଲା। ଚଳିତ ମାସ ୭ ତାରିଖରେ ମାମଲାର ଶୁଣାଣି ହେବ ବୋଲି ଜଣାପଡିଛି।

ମତାମତ ଦିଅନ୍ତୁ ।