ଅନୁଭବଙ୍କ ଛାଡପତ୍ର ମାମଲା ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

ନୂଆଦିଲ୍ଲୀ: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଆଜି ବର୍ଷାଙ୍କ ପକ୍ଷରୁ କରାଯାଇଥିବା ଟ୍ରାନ୍ସଫର ପିଟିସନ ମାମଲାର ଶୁଣାଣି ଜଷ୍ଟିସ୍ ହୃଷିକେଶ ରାୟଙ୍କ ଜଣିକିଆ ଖଣ୍ଡପୀଠରେ ହୋଇଛି। ପଟିଆଲା ହାଉସ୍ ପାରିବାରିକ ଅଦାଲତରେ ଅନୁଭବଙ୍କ ଦ୍ଵାରା ଦାଖଲ ଛାଡ଼ପତ୍ର ମାମଲା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ସ୍ଥଗିତାଦେଶ ଜାରି କରିଛନ୍ତି। ଉଭୟପକ୍ଷ ସହମତିଭିତ୍ତିକ ଆଲୋଚନା ଓ ସମାଧାନ ପାଇଁ ଦୁଇ ପକ୍ଷର ଓକିଲଙ୍କୁ କୋର୍ଟ ପରାମର୍ଶ ଦେଇଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟର ମଧ୍ୟସ୍ଥତା କେନ୍ଦ୍ର ଜରିଆରେ ବିବାଦର ସମାଧାନ କରିବାକୁ କୁହାଯାଇଛି।

ମତାମତ ଦିଅନ୍ତୁ ।