ଅନୁପ ସାଏଙ୍କୁ ୨ ମାସ ଅନ୍ତରୀଣ ଜାମିନ

ବ୍ରଜରାଜନଗର : ଡବଲ୍‌ ମର୍ଡର ମାମଲାରେ ଛତିଶଗଡ଼ର ରାୟଗଡ଼ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ୍‌ରେ ଥିବା ପୂର୍ବତନ ବିଧାୟକ ଅନୁପ ସାଏ ଅସୁସ୍ଥ। ଗୁରୁତର ସ୍ୱାସ୍ଥ୍ୟାବସ୍ଥା ଯୋଗୁ ଜାମିନ୍‌ରେ ବାହାରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଚିକିତ୍ସା ଛତିଶଗଡ଼ ରାୟଗଡ଼ର ଏକ ଘରୋଇ ହସ୍ପିଟାଲରେ ଚାଲିଥିବା ଜଣାପଡିଛି। ଗତ ୨୫ ତାରିଖରେ ଛତିଶଗଡ଼ ହାଇକୋର୍ଟରୁ ଅନୁପଙ୍କୁ ଅନ୍ତରୀଣ ଜାମିନ ମିଳିଛି। ସ୍ୱାସ୍ଥାବସ୍ଥା ଗୁରୁତର ଯୋଗୁଁ ୨୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ତାଙ୍କୁ ୨ ମାସ ଅନ୍ତରୀଣ ଜାମିନ ଦେଇଛନ୍ତି।

ମତାମତ ଦିଅନ୍ତୁ ।