ଅନ୍ୟ ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଣ ମହଙ୍ଗା

ନୂଆଦିଲ୍ଲୀ : ଜୁନ ୧୦ ତାରିଖରେ ଅନ୍ୟ ବ୍ୟାଙ୍କ ଏଟିଏମରେ ଆର୍ଥିକ କାରବାର ଉପରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଇଣ୍ଟରଚେଞ୍ଜ ଫି ବଢ଼ାଇ ୧୫ ଟଙ୍କାରୁ ୧୭ ଟଙ୍କା କରିଛି। ଗ୍ରାହକଙ୍କୁ ପ୍ରତି ମାସରେ ମିଳୁଥିବା ଫ୍ରି ଏଟିଏମ ଟ୍ରାଞ୍ଜାକ୍ସନ ପରେ କଷ୍ଟମର ଚାର୍ଜ ସୀମା ୨୦ ଟଙ୍କା ୨୧ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ୨୦୨୨ ଜାନୁଆରୀ ୧ ତାରିଖରୁ ଲାଗୁ ହେବ। ବ୍ୟାଙ୍କ ଗ୍ରାହକ ପ୍ରତି ମାସରେ ୫ଥର ଫ୍ରି ଟ୍ରାଞ୍ଜାକ୍ସନ କରିପାରିବେ।

ରିଜର୍ଭ ବ୍ୟାଙ୍କ କହିଛି ୨୦୧୨ ଅଗଷ୍ଟରେ ଏଟିଏମ ଇଣ୍ଟରଚେଞ୍ଜ ଫିରେ ପରିବର୍ତ୍ତନ କରାଯାଇଥିଲା। ୨୦୧୪ରେ ଗ୍ରାହକ ଶୁଳ୍କରେ ହୋଇଥିଲା ସଂଶୋଧନ। ବ୍ୟାଙ୍କ ଓ ଏଟିଏମ୍ ଅପରେଟରଙ୍କ ଉପରେ ଏଟିଏମ୍ ନିୟୋଜନ-ରକ୍ଷଣାବେକ୍ଷଣ ମୂଲ୍ୟ ସହିତ ସମସ୍ତ ହିତାଧିକାରୀ ଏବଂ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ କେନ୍ଦ୍ରୀୟ ବ୍ୟାଙ୍କ ଉଭୟ ଆର୍ଥିକ ଓ ଅଣ ଆର୍ଥିକ କାରବାର ପାଇଁ ଇଣ୍ଟରଚେଞ୍ଜ ଶୁଳ୍କ ବୃଦ୍ଧି କରିଛନ୍ତି। ଅଣ-ଆର୍ଥିକ କାରବାର ଶୁଳ୍କ ୫ ରୁ ୬ ଟଙ୍କାକୁ ବୃଦ୍ଧି ହୋଇଛି। ଯାହା ୨୦୨୧ ଅଗଷ୍ଟ ୧ରୁ କାର୍ଯ୍ୟକାରୀ ହେବ।

Leave a Reply

Your email address will not be published. Required fields are marked *

Back to top button