ଅପହୃତ ପୋଲିସ ଏସଆଇଙ୍କୁ ମାରି ଫିଙ୍ଗିଦେଲେ ନକ୍ସଲ

ମାଲକାନଗିରି : ପୋଲିସ୍‌ ସବଇନ୍ସପେକ୍ଟର ମୁରଲୀ ତାତି ଗାଁ ନିକଟସ୍ଥ ମେଳାକୁ ଯାଇଥିବା ସମୟରେ ନକ୍ସଲମାନେ ଅପହରଣ କରିନେଇଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ହୋଇଥିବା ଯୋଜନା ଫେଲ ମାରିଛି। ତାଙ୍କ ମୃତଦେହ ଆଜି ବିଜାପୁରର କୁସୁମପାରାଠାରୁ ଉଦ୍ଧାର ହୋଇଛି। ସଙ୍ଗଠନକୁ କ୍ଷତି ପହଞ୍ଚାଇଥିବାରୁ ମୁରଲୀଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯାଇଥିବା ନକ୍ସଲଙ୍କ ପକ୍ଷରୁ କୁହାଯାଇଛି।

ଖବର ଅନୁଯାୟୀ ନକ୍ସଲମାନେ ବିଜାପୁରର କୁସୁମପାରା ରାସ୍ତାରେ ଉପରେ ମୁରଲୀଙ୍କ ମୃତଦେହ ଛାଡ଼ି ଚାଲି ଯାଇଥିଲେ। ଖବର ପାଇ ପୋଲିସ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ମୁରଲିଙ୍କ ପରିବାର ମଧ୍ୟ ସେଠାରେ ପହଞ୍ଚିଥିବା ଜଣାଯାଇଛି। ମୁରଲୀ ପୋଲିସ ଏସଆଇ ଭାବେ ଜଗଦଲପୁରଠାରେ କାର୍ଯ୍ୟ କରୁଥିଲେ। ତାଙ୍କ ଘର ବିଜାପୁର ପାଲନାରେ। ସେ ଛୁଟିରେ ଘରକୁ ଆସି ଗତ ୨୧ ତାରିଖରେ ଗାଁ ନିକଟ ମେଳାକୁ ଯିବା ବେଳେ ନକ୍ସଲଙ୍କ ଦ୍ୱାରା ଅପହୃତ ହୋଇଥିଲେ।

ସ୍ୱାମୀଙ୍କ ମୁକ୍ତି ନିମନ୍ତେ ଗତକାଲି ମୁରଲୀଙ୍କ ପତ୍ନୀ ନକ୍ସଲଙ୍କୁ ଆକୁଳ ନିବେଦନ କରିଥିଲେ। ଗଣ୍ଡୱାନା ସମାଜ ମଧ୍ୟ ଏଥିପାଇଁ ଅଣ୍ଟା ଭିଡିଥିଲା। ହେଲେ ନକ୍ସଲମାନେ କାହାରି ଅନୁରୋଧକୁ ନରଖି ମୁରଲୀଙ୍କୁ ହତ୍ୟା କରିଥିଲେ।

Leave a Reply

Your email address will not be published. Required fields are marked *

Back to top button