ଅପ୍‍ଲିଙ୍କ ପ୍ରଚଳନ ସହିତ କାରଦେଖୋର କନେକ୍ଟେଡ ଭେଇକଲ୍‍ ଟେକ୍‍ କ୍ଷେତ୍ରରେ ପ୍ରବେଶ

0

ନୂଆଦିଲ୍ଲୀ / ଭୁବନେଶ୍ୱର : ଅଗ୍ରଣୀ ଅଟୋ ଟେକ୍‍ ସଂସ୍ଥା କାର୍‍ଦେଖୋ ଏକ ଉନ୍ନତ ଓ ପୂର୍ଣ୍ଣାଙ୍ଗ ଜିପିଏସ୍‍ ଭେଇକଲ୍‍ ଟ୍ରାକିଂ ସିଷ୍ଟମ୍‍ ଅପ୍‍ଲିଙ୍କ ପ୍ରଚଳନ କରିଛି। ଅପ୍‍ଲିଙ୍କ ଏକ ପୂର୍ଣ୍ଣାଙ୍ଗ ପ୍ଲଗ୍‍-ଆଣ୍ଡ-ପ୍ଲେ ଉପକରଣ ଦ୍ୱାରା ପରିଚାଳିତ ଯାହାକୁ ଯେକୌଣସି ଯାନରେ ସଂଯୁକ୍ତ କରାଯାଇପାରିବ। ଏହା ବ୍ୟବହାରକାରୀଙ୍କୁ ଲାଇଭ ଟ୍ରାକିଂ, ବେପରୁଆ ଗାଡିଚାଳନା ସତର୍କ ସୂଚନା, ଗସ୍ତର ବିବରଣୀ, ଗାଡିଚାଳନା ବିଶ୍ଳେଷଣ, ଜିଓଫେନ୍ସ ସତର୍କ ସୂଚନା, ବ୍ୟବହାର ସମ୍ପର୍କିତ ତଥ୍ୟ ଓ ଆହୁରି ଅନେକ ସମ୍ପର୍କରେ ବାସ୍ତବ ସମୟଭିତ୍ତିକ ସୂଚନା ପ୍ରଦାନ କରିବ। ଫଳରେ ଯାନବାହନ ମାଲିକମାନେ ଯାନର ଚବିଶଘଣ୍ଟିଆ ନିରାପତ୍ତା, ସୁରକ୍ଷା ଉପରେ ସତର୍କ ଦୃଷ୍ଟି ରଖିବାକୁ ଅପ୍‍ଲିଙ୍କ ସହାୟତାରେ ସୁନିଶ୍ଚତ କରିପାରିବେ।

ଅପ୍‍ଲିଙ୍କ ଟେଲିମାଟିକ୍ସ ୟୁନିଟ ଯଥା: ଜିପିଏସ୍‍ ଉପକରଣ ଏହି ଶ୍ରେଣୀରେ ଅନ୍ୟତମ ସର୍ବାଧିକ ଆଧୁନିକ ଓ ପୂର୍ଣ୍ଣାଙ୍ଗ ଉପକରଣ ଯାହା ସହଜରେ ଏବଂ ଲୁକ୍କାୟିତ ଭାବରେ ସ୍ଥାପନକୁ ନିଶ୍ଚିତ କରିଥାଏ। ପ୍ଲଗ୍‍ ଆଣ୍ଡ ପ୍ଲେ ଅର୍ଥ ଏହାକୁ ଖଞ୍ଜିବା ପାଇଁ କୌଣସି ଟେକ୍‍ନିସିଆନଙ୍କର ଆବଶ୍ୟକତା ପଡିନଥାଏ। ତେଣୁ ସ୍ଥାପନ ସମୟରେ କୌଣସି ତା’ର କାଟିବାର ଭୟ ନଥାଏ। ଏହା ଉନ୍ନତ ସଂଯୋଗିକରଣ ପାଇଁ ପଥ ପରିଷ୍କାର କରିବା ସହିତ ଆଣ୍ଡ୍ରଏଡ ଓ ଆଇଓଏସ୍‍ ପ୍ଲାଟଫର୍ମରେ ଉପଲବ୍ଧ ଅତ୍ୟନ୍ତ ଉନ୍ନତ ଭାବରେ ଡିଜାଇନ କରାଯାଇଛି। ବ୍ୟବହାକାରୀଙ୍କ ପାଇଁ ସହଜ ମୋବାଇଲ ଆପ୍ଲିକେସନ୍‍ ତଥା ଏକ ୱେବ ପୋର୍ଟାଲ ଜରିଆରେ ଗ୍ରାହକଙ୍କ ସହିତ ନିରବଚ୍ଛିନ୍ନ ଯୋଗାଯୋଗ ସ୍ଥାପନ ସୁନିଶ୍ଚିତ କରିଥାଏ।

କାର୍‍ଦେଖୋ ଗ୍ରୁପ୍‍ର ଟେକ୍‍ ସଲ୍ୟୁସନ୍ସ ବିଜନେସ ହେଡ ସୁଶାନ୍ତ ଭଟ୍ଟ କହିଛନ୍ତି ସଂପ୍ରତି ପ୍ରଯୁକ୍ତି ଆମ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ଆମ ବାସଗୃହ ଓ ଯାନବାହନ ଆଦି ଭଳି ମୂଲ୍ୟବାନ ସମ୍ପତ୍ତିକୁ ଏହା ଆଇଓଟି ଜରିଆରେ ପରିବ୍ୟାପ୍ତ ହେଉଛି। ଅପ୍‍ଲିଙ୍କ ଯାନବାହନ ମାଲିକଙ୍କୁ ସେମାନଙ୍କ ଯାନବାହନ ସହିତ ଚବିଶ ଘଣ୍ଟା ସଂଯୁକ୍ତ ରହିବାକୁ ନିଶ୍ଚିତ କରିବ ସହିତ ମନରେ ପୂର୍ଣ୍ଣ ଶାନ୍ତି ଆଣିଦେଇଥାଏ ବୋଲି ସେ କହିଛନ୍ତି।

ଏହି ଉପକରଣକୁ ବ୍ୟବହାରୀ କାର୍‍ର ୧୨ଭୋଲ୍‍ଟ ପୋର୍ଟ ଅଥବା ଓବିଡି ପୋର୍ଟ (କିସମ ଉପରେ ନିର୍ଭରଶୀଳ)ରେ ସହଜରେ ଖଞ୍ଜିପାରିବେ। ଏହି ଉପକରଣ ଗାଡିର ପୂର୍ବରୁ ରହିଥିବା ଆସେସୋରିଜ ପୋର୍ଟରେ ଖାପଖାଉଥିବାରୁ ଏହା ନିରାପଦ ଓ ଗାଡିର ଗ୍ୟାରେଣ୍ଟି ଅଥବା ୱାରାଣ୍ଟିକୁ ପ୍ରଭାବିତ କରିନଥାଏ। ତାହାଛଡା ଗାଡି ଦୀର୍ଘ ସମୟ ପାର୍କିଂ କରାଯାଇଥିବା ସମୟରେ ମଧ୍ୟ ଏହା ବ୍ୟାଟେରୀ ଖର୍ଚ୍ଚ କରିନଥାଏ। କାର୍‍ଦେଖୋ ଅପ୍‍ଲିଙ୍କ ୪୯୯୯ ଟଙ୍କା ମୂଲ୍ୟରେ ଉପଲବ୍ଧ ହେଉଛି। ଯେଉଁଥିରେ ଏକବର୍ଷର ସବ୍‍ସ୍କ୍ରିପ୍‍ସନ ଓ ୱାରାଣ୍ଟି ଥିବା ଏକ ଜିପିଏସ୍‍ ଉପକରଣ ରହିଛି। ଏହାକୁ ଆମାଜନ୍‍ ଓ କାର୍‍ଦେଖୋରେ ଅନ୍‍ଲାଇନରେ କ୍ରୟ କରାଯାଇପାରିବ।

Leave A Reply

Your email address will not be published.