ଭୁବନେଶ୍ୱର : ଭୁବନେଶ୍ୱରର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ୨୦୨୦ ବର୍ଷ ପାଇଁ ଦେଶର ସର୍ବଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହୋଇଛନ୍ତି। ଏସିଆ ପୋଷ୍ଟ ଓ ଫେମ ଇଣ୍ଡିଆ ପକ୍ଷରୁ କରାଯାଇଥିବା ସର୍ବଭାରତୀୟ ସ୍ତରରେ ସର୍ଭେ ପରେ ଏହି ଘୋଷଣା ହୋଇଛି। ଏହା ତାଙ୍କ ପାଇଁ ହୋଇଛି ନୂଆ ବର୍ଷର ଉପହାର। ଏବେ ସାଂସଦ ଅପରାଜିତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।
ଶ୍ରେଷ୍ଠ ସାଂସଦ ମନୋନୀତ ହେବା ପରେ ସାଂସଦ ଅପରାଜିତା ଟ୍ୱିଟ କରି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏସିଆ ପୋଷ୍ଟ ଓ ଫେମ୍ ଇଣ୍ଡିଆର ଫଳାଫଳ ଜାଣି ମୁଁ ଆନନ୍ଦିତ। ଲୋକଙ୍କ ପାଇଁ ଗତ ବର୍ଷ କରିଥିବା କାମର ଏହା ପୁରସ୍କାର। ଯାହାକି ମୋତେ ଅନେକ କିଛି ଶିଖାଇବ। ଏଥିପାଇଁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି।