ଅପସରା-ରକ୍ଙ୍କ ଫିଲ୍ମ ‘ଥ୍ରୀଲର୍’ ୧୪ରେ ରିଲିଜ୍

ଭୁବନେଶ୍ୱର : ବଲିଉଡ୍ରେ ଏଣ୍ଟ୍ରିକରି ନେଇ ଚର୍ଚ୍ଚାରେ ଥିବା ଓଡ଼ିଆ ଯୋଡ଼ି ଅପସରା-ରକ୍ଙ୍କ ଅଭିନୀତ ଫିଲ୍ମ ‘ଥ୍ରୀଲର୍’ ମୁକ୍ତିଲାଭ କରିବାକୁ ଯାଉଛି। ଆସନ୍ତା ୧୪ ତାରିଖ ରାତି ୯ଟାରେ ଏହି ଫିଲ୍ମ ମୁକ୍ତିଲାଭ କରିବ। ଫିଲ୍ମର ନିର୍ମାତା ରାମଗୋପାଳ ବର୍ମା ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି।
ସାଉଥ୍ ପ୍ଲସ୍ ଏଣ୍ଟରଟେନ୍ମେଣ୍ଟ ନିବେଦିତ ଏନ୍ଏନ୍ଏନ୍ ସିରିଜ୍ ଏହି ଫିଲ୍ମକୁ ଡିଜିଟାଲ୍ ପ୍ଲାଟ୍ଫର୍ମରେ ମୁକ୍ତିଲାଭ କରିବ। ଫିଲ୍ମଟି କେବଳ ହିନ୍ଦୀରେ ନୁହେଁ, ଓଡ଼ିଆ ସମେତ ତେଲଗୁ, ତାମିଲ, କନ୍ନଡ଼, ମାଲାୟାଲମ, ମରାଠୀ, ଭୋଜପୁରୀ, ଗୁଜୁରାଟୀ, ବେଙ୍ଗଲୀ ଓ ପଞ୍ଜାବୀ ଆଦି ୧୧ଟି ଭାରତୀୟ ଭାଷାରେ ମୁକ୍ତିଲାଭ କରୁଛି। ଫିଲ୍ମର ଲିଡ୍ ଷ୍ଟାର୍ ଅପସରା ଓ ରକ୍ ଉଭୟ ଓଡ଼ିଆ ହୋଇଥିବାରୁ ସେଥିପାଇଁ ପ୍ରଯୋଜନା ସଂସ୍ଥା ଓଡ଼ିଆ ଭାଷାରେ ରିଲିଜ୍ କରିବାକୁ ସ୍ଥିର କରିଛନ୍ତି। ତେଣୁ ଏହାର ଷ୍ଟ୍ରିମିଂ rgvworldtheatre.com/ShreyasET.com ରେ ଉପଲବ୍ଧ ହେବ। ଏହା ପୋଷ୍ଟର୍ରେ ରହିଥିବା ବେଳେ ରାମୁ ଟ୍ୱିଟର୍ରେ ଉଲ୍ଲେଖ କରିଛନ୍ତି।