ଆଫଗାନିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ୩୪ ମୃତ

କାବୁଲ : ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ସଂଗଠନ ତାଲିବାନ ଦ୍ୱାରା ଏକ ବଡ଼ ଆକ୍ରମଣ ହୋଇଛି। ଏଥିରେ ଅତି କମରେ ୩୪ଜଣ ସୁରକ୍ଷାକର୍ମୀ ନିହତ ହୋଇଥିବା ଆଫଗାନିସ୍ତାନ ଅଧିକାରୀମାନେ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ସୁରକ୍ଷା ବାହିନୀ ଓ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। କିଛି ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। କିନ୍ତୁ କୌଣସି ମୃତଦେହ ମିଳିପାରିନାହିଁ। ତାଖର ପ୍ରାଦେଶିକ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅବଦୁଲ କାୟୁମ କହିଛନ୍ତି ଆକ୍ରମଣରେ କିଛି ପୋଲିସ କର୍ମୀଙ୍କ ସମେତ ୩୪ଜଣ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ଘଟିଛି।

ମତାମତ ଦିଅନ୍ତୁ ।