ସାମସଙ୍ଗ, ଆପଲ ଫୋନ୍ ସହ ମିଳିବନି ଚାର୍ଜର

ନୂଆଦିଲ୍ଲୀ: ମୋବାଇଲ୍ ଏସେସରିଜ୍‌ର ବଢ଼ୁଥିବା ଦାମକୁ ଦେଖି ଆପଲ ଓ ସାମସଙ୍ଗ ଭଳି ବଡ଼ କମ୍ପାନୀ ଆଗାମୀ ଦିନରେ ନୂଆ ସ୍ମାର୍ଟଫୋନ୍ ସହ ଚାର୍ଜର ନ ଦେବାକୁ ଯୋଜନା କରିଛନ୍ତି । ଯଦି ଏପରି ହୁଏ ତେବେ ପ୍ରଥମଥର ପାଇଁ କୌଣସି ନୂଆ ମୋବାଇଲ୍ କ୍ରେତାଙ୍କୁ ବକ୍ସରେ ବିନା ଚାର୍ଜର ସହ ଫୋନ୍ ମିଳିବ । ଚୀନରୁ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ଆମଦାନୀ ଉପରେ କଡ଼ା ନିୟମ ଯୋଗୁଁ କମ୍ପାନୀ ଗୁଡ଼ିକ ଏପରି ନିଷ୍ପତି ନେବାକୁ ବାଧ୍ୟ ହୋଇଛନ୍ତି । ପ୍ରତିବର୍ଷ ଚାର୍ଜର, ସ୍କ୍ରିନ୍ ଗାର୍ଡ, କଭର, କେବୁଲ ପ୍ରଭୃତି ୮୦ ପ୍ରତିଶତରୁ ଅଧିକ କେବଳ ଚୀନରୁ ଆମଦାନୀ ହୋଇଥାଏ । ଏବେ ଆମଦାନୀ ବନ୍ଦ ହେବା ଯୋଗୁଁ ଏଗୁଡ଼ିକର ଦାମ୍ ୨୦ରୁ ୨୫ ପ୍ରତିଶତକୁ ବୃଦ୍ଧି ପାଇଥିବାରୁ କମ୍ପାନୀମାନେ ଏପରି କରିବାକୁ ନିଷ୍ପତି ନେଇଛନ୍ତି ।

ମତାମତ ଦିଅନ୍ତୁ ।