ଅପ୍ରେଲ ୧୧ରୁ ୧୪ ପର୍ଯ୍ୟନ୍ତ ଦେଶ ପାଳିବ ‘ଟିକା ଉତ୍ସବ’

ନୂଆଦିଲ୍ଲୀ : ଆସନ୍ତା ୧୧ରୁ ଅପ୍ରେଲ ୧୪ ତାରିଖ ପର୍ଯ୍ୟନ୍ତ ଦେଶରେ ‘ଟିକା ଉତ୍ସବ’ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆହ୍ଵାନ ଦେଇଛନ୍ତି।

ଗୁରୁବାର କରୋନାର ଦ୍ୱିତୀୟ ଲହରର ସ୍ଥିତି ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିଛନ୍ତି। ଏହି ଅବସରରେ ସେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରସ୍ତାବିତ ‘ଟିକା ଉତ୍ସବ’ ସଂପର୍କରେ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ବର୍ତ୍ତମାନ ପରିସ୍ଥିତିରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କର ଟିକାକରଣ କରାଯିବାର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ରାଜ୍ୟର ସରକାରମାନେ ନିଜ ରାଜ୍ୟରେ ଆସନ୍ତା ଅପ୍ରେଲ ୧୧ ତାରିଖରୁ ଅପ୍ରେଲ ୧୪ ପର୍ଯ୍ୟନ୍ତ ୪ ଦିନ ‘ଟିକା ଉତ୍ସବ’ ପାଳନ କରିବେ। ୪୫ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ଟିକାଦାନ ଶିବିରକୁ ନେଇ ସେମାନଙ୍କର ଟିକାକରଣ କରାଇବେ। ଏହି ଟିକା ଉତ୍ସବରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ଟିକାଦାନ ଲକ୍ଷ୍ୟ ଶତ ପ୍ରତିଶତ ହାସଲ କରିବା ସହ ଟିକା ନଷ୍ଟର ହାରକୁ ଶୂନ ରଖିବାକୁ ପ୍ରଧାନମନ୍ତ୍ରୀ ମୋଦୀ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button