ଅର୍ଡର ବାତିଲ ପାଇଁ ଡେଲିଭରୀ ବୟ ଗ୍ରାହକଙ୍କ ନାକ ଫଟାଇଲା

ବେଙ୍ଗାଲୁରୁ : ଅନଲାଇନରେ ଖାଦ୍ୟ ମଗାଇ ଅର୍ଡର ବାତିଲ କରିବାରୁ ଗ୍ରାହକଙ୍କୁ ମାରିଛି ଡେଲିଭରୀ ବୟ। ଆକ୍ରମଣର ଶିକାର ହୋଇଥିବା ବେଙ୍ଗାଲୁରୁର ମହିଳା ଥାନାରେ ଏନେଇ ଏତଲା ଦେଇଥିବା ବେଳେ ସୋଶିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ମହିଳାଙ୍କ ନାକରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଭାଇରାଲ ଭିଡିଓରେ ସଂପୃକ୍ତ ମହିଳା କହିଛନ୍ତି ସେ ଜୋମାଟୋରୁ ଖାଇବା ଅର୍ଡର କରିଥିଲେ। କିନ୍ତୁ ଡେଲିଭରୀରେ ବିଳମ୍ବ ହେବାରୁ ଅର୍ଡର ବାତିଲ କରି ଦେଇଥିଲେ। ପରେ ସେହି ଡେଲିଭରୀ ବୟ ଖାଦ୍ୟ ସହିତ ତାଙ୍କ ଘରେ ପହଞ୍ଚିଥିଲା। ମହିଳା ଜଣକ ଖାଇବା ଗ୍ରହଣ କରିବେନି ବୋଲି କହିବାରୁ ଡେଲିଭରି ବୟ ରାଗିଯାଇ ତାଙ୍କ ସହିତ ଯୁକ୍ତିତର୍କ ଆରମ୍ଭ କରିଥିଲା। ଆଉ ଘର ଭିତରେ ପଶି ଖାଇବା ରଖି ମହିଳାଙ୍କ ନାକକୁ ଆଘାତ ଦେଇଥିଲା।

Leave a Reply

Your email address will not be published. Required fields are marked *

Back to top button