ଅର୍ଣ୍ଣବ ଗୋସ୍ୱାମୀ ଓ କଙ୍ଗନାଙ୍କ ବିରୋଧରେ ମହାରାଷ୍ଟ୍ର ବିଧାନ ପରିଷଦରେ ପ୍ରସ୍ତାବ ଗୃହୀତ

ମୁମ୍ବାଇ : ମୁମ୍ବାଇକୁ ପିଓକେ ସହ ତୁଳନା କରିବା ପରେ କଙ୍ଗନା ରଣାଓ୍ୱତଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି। ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସାକ୍ଷାତକାର ଦେବା ପାଇଁ ଚ୍ୟାଲେଞ୍ଜ୍ କରିଥିଲେ ରିପବ୍ଲିକ୍ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ। ସେଥିପାଇଁ ମହାରାଷ୍ଟ୍ର ବିଧାନ ପରିଷଦର ଅଧ୍ୟକ୍ଷ ରାମରାଜେ ନାଇକ ବିଶେଷାଧିକାର ହନନ ବା ମର୍ଯ୍ୟାଦା ହାନି ପ୍ରସ୍ତାବ ଗୃହୀତ ହୋଇଛି। ଅର୍ଣ୍ଣବ ଗୋସ୍ୱାମୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଲଗାଇଛି ଶିବସେନା। କଙ୍ଗନା ରଣାଓ୍ୱତଙ୍କ ବିରୋଧରେ କଂଗ୍ରେସ ବିଧାୟକ ଅଶୋକ ଜଗତାପ ବିଶେଷାଧିକାର ହନନ ପ୍ରସ୍ତାବ ଆଗତ କରିଛନ୍ତି।

ମତାମତ ଦିଅନ୍ତୁ ।