ଅରୁଣାଚଳ ସୀମାନ୍ତରେ ଚୀନ ସେନା ଠୁଳ କରୁଛି

ନୂଆଦିଲ୍ଲୀ : ସୁଧୁରୁନି ଚୀନ। ସୀମା ବିବାଦକୁ ଆହୁରି ଜଟିଳ କରୁଛି। ଲଦାଖର ରେଜାଙ୍ଗ ଲା-ରେଚେନ ଲା ହାଇଟ୍ସ ନିକଟରେ ଯୋଜନା ବିଫଳ ହେବାପରେ ଏବେ ଚୀନ ସେନା ଅରୁଣାଚଳପ୍ରଦେଶର ୪ଟି ସ୍ଥାନରେ ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରୁଛି। ଭାରତ ଅଞ୍ଚଳଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ଅରୁଣାଚଳର ଆସଫିଲା, ଟୁଟିଙ୍ଗ୍ ଅକ୍ଷ, ଚାଙ୍ଗ୍ ଟେଜ୍ ଓ ଫିସ୍ଟାଇଲ୍-୨ ସେକ୍ଟରରେ ଚୀନ ସେନା ଠୁଳ କରିଛି ବୋଲି ସୂଚନା ମିଳିଛି।

ସୂତ୍ର ଅନୁଯାୟୀ ଏହି ଅଞ୍ଚଳରେ ଚୀନ ଆକ୍ରମଣ କରି କିଛି ଜନଶୂନ୍ୟ ସ୍ଥାନ କିମ୍ବା ଉଚ୍ଚତାକୁ ଦଖଲ କରିବାକୁ ଉଦ୍ୟମ କରିପାରେ। ତେବେ ଚୀନର ଏପରି ଉଦ୍ୟମକୁ ପଣ୍ଡ କରିବାକୁ ଭାରତୀୟ ସେନା ପୂରା ପ୍ରସ୍ତୁତ। ଚୀନ ସେନାର ମୁକାବିଲା ପାଇଁ ନିଜର ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି କରିଥିବା ଜଣାପଡିଛି। ଗତ କିଛିଦିନ ହେବ ଅରୁଣାଚଳପ୍ରଦେଶ ସୀମାନ୍ତରେ ଚୀନ ସେନାର ପେଟ୍ରୋଲିଂ ନିୟମିତ ଦେଖିବାକୁ ମିଳିଛି। ଚୀନ୍‌ ସେନା ଭାରତର ନିକଟତର ହେଉଛନ୍ତି।

ମତାମତ ଦିଅନ୍ତୁ ।