ଅଶ୍ଳୀଳ ଫଟୋ ସୁଟ୍‌ କରି ଅଭିନେତ୍ରୀ ଗିରଫ

ମୁମ୍ବାଇ : ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କୁ ଗୋଆ ପୋଲିସ ଗିରଫ୍ କରିଛି। ଗୋଆ ସମୁଦ୍ର ବେଳାଭୂମିରେ ଅଶ୍ଳୀଳ ଫଟୋ ସୁଟ୍ କରୁଥିବା ନେଇ ଗୋଆ ଫରୱାର୍ଡ ପାର୍ଟିର ମହିଳା ଶଖା ତାଙ୍କ ନାମରେ ଦକ୍ଷିଣ ଗୋଆର ମାରଗାଓଁ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ପୁନମଙ୍କୁ ଗିରଫ କରାଯାଇଛି।

କେବଳ ସେତିକି ନୁହେଁ ପୂର୍ବରୁ ଦକ୍ଷିଣ ଗୋଆର ଏକ ସଂରକ୍ଷିତ ସ୍ଥାନରେ ଅଶ୍ଳୀଳ ଫଟୋ ସୁଟ୍ କରିବାକୁ ପୁନମ୍ ପାଣ୍ଡେଙ୍କୁ ଅନୁମତି ଦେଇଥିବାରୁ ଇନସପେକ୍ଟରକୁ ନିଲମ୍ବିତ କରାଯାଇଥିଲା। ମହିଳା ସଂଗଠନ ନଭେମ୍ବର ୩ ତାରିଖରେ ଅଭିଯୋଗ କରିଛି ଏଭଳି ଅଶ୍ଳୀଳ ଫଟୋ ସୁଟ୍ କରିବା ଗୋଆର ମହିଳାମାନଙ୍କ ଉପରେ ଖରାପ ପ୍ରଭାବ ପକାଇବା ସହ ଗୋଆର ଛବିକୁ କଳଙ୍କିତ କରିଛି। ଜଣେ ମହିଳା ନେତ୍ରୀ କହିଛନ୍ତି ‘ମୋତେ ଆଶ୍ଚର୍ଯ୍ୟ ଲାଗୁଛି ସରକାରଙ୍କ ସଂରକ୍ଷିତ ସ୍ଥାନରେ ଏଭଳି ଫଟୋ ସୁଟିଂ କରିବାକୁ କିଏ ଅନୁମତି ଦେଇଥିଲା। ପୋଲିସ ପ୍ରଥମେ ଏଫଆଇଆର ଦାୟର କରିଥିଲା। ପରେ ଅଭିଯୁକ୍ତମାନଙ୍କ ବିରୋଧରେ ଧାରା ୨୯୪ ଲଗାଇ ତଦନ୍ତ ଆରମ୍ଭ କରିବା ସହ ଅଶ୍ଳୀଳ ଫଟୋ ସୁଟ୍ କରୁଥିବା ପୁନମ୍ ପାଣ୍ଡେଙ୍କୁ ଗିରଫ୍ କରିଛି।

ମତାମତ ଦିଅନ୍ତୁ ।