ଅସ୍ଥାୟୀ ହସ୍ପିଟାଲ ଖୋଲିବାକୁ କେନ୍ଦ୍ରର ନିର୍ଦ୍ଦେଶ

0

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲଇଥିବାରୁ ଅସ୍ଥାୟୀ ଡାକ୍ତରଖାନା ଖୋଲିବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ଅସ୍ଥାୟୀ ହସ୍ପିଟାଲ ଖୋଲିବା ପାଇଁ ରାଜ୍ୟମାନେ ସରକାରୀ ରିସର୍ଚ୍ଚ ଏଜେନ୍ସି କିମ୍ବା ଘରୋଇ କ୍ଷେତ୍ରର ସହାୟତା ନେଇପାରିବେ।

କେନ୍ଦ୍ର ସରକାର କହିଛନ୍ତି ମେ’ ପହିଲାରୁ ଆରମ୍ଭ ହେବାକୁ ଥିବା ଟିକାକରଣ କାର୍ଯ୍ୟକ୍ରମ ଅଧିକ ତ୍ୱାରାନ୍ୱିତ ପାଇଁ ଅସ୍ଥାୟୀ ହସ୍ପିଟାଲର ଆବଶ୍ୟକ ପଡ଼ିବ। ତେଣୁ ରାଜ୍ୟଗୁଡ଼ିକ ଡିଆରଡିଓ, ସିଏସ୍‌ଆଇଆର ଭଳି ଗବେଷଣା ସଂସ୍ଥା କିମ୍ବା ଘରୋଇ କ୍ଷେତ୍ରର ସହାୟତାରେ ଏକାଧିକ ଅସ୍ଥାୟୀ ହସ୍ପିଟାଲ ତିଆରି କରନ୍ତୁ। ମିଶନ ମୋଡ୍‌ରେ ଅଧିକ ସଂଖ୍ୟାରେ ଘରୋଇ ଟିକାକରଣ କେନ୍ଦ୍ର ଖୋଲିବାକୁ ମଧ୍ୟ କେନ୍ଦ୍ର ସରକାର କହିଛନ୍ତି। କୋଭିଡ୍‌ ୧୯ର ଡାଟା ମ୍ୟାନେଜମେଣ୍ଟ ଗ୍ରୁପ୍‌ର ଅଧ୍ୟକ୍ଷ ଡା ଆରଏସ୍‌ ଶର୍ମା କହିଛନ୍ତି ବର୍ତ୍ତମାନ କୋ-ୱିନ ଆପ୍‌ରେ ସ୍ଥିରତା ଆସି ଯାଇଛି। ଏହା ଠିକ୍‌ ଭାବେ କାର୍ଯ୍ୟ କରୁଛି। ମେ’ ୧ରୁ ଆରମ୍ଭ ବିଶାଳ ଟିକାକରଣ କାର୍ଯ୍ୟକ୍ରମରେ ଏହା ସହାୟକ ହେବ।

Leave A Reply

Your email address will not be published.