ଅଷ୍ଟ୍ରେଲିଆ ସଂସଦ ଭବନରେ ଯୌନ କେଳେଙ୍କାରୀ

0

କାନବେରା : ଅଷ୍ଟ୍ରେଲିଆର ପରମ୍ପରାବାଦୀ ସରକାରଙ୍କ କର୍ମଚାରୀ ଦ୍ଵାରା ସଂସଦରେ ଅଶ୍ଳୀଳ କାର୍ଯ୍ୟ କରାଯାଉଥିବା ନେଇ ଭିଡିଓ ଲିକ ହୋଇଯାଇଛି। ଭିଡିଓରେ ଜଣେ ପୁରୁଷ ଓ ମହିଳା ସଂସଦ ଡେସ୍କରେ ଅଶ୍ଳୀଳ କାମ କରୁଥିବା ନଜର ଆସିଛି।

ଭିଡିଓ ଲିକ୍ ପୂର୍ବରୁ ଏହାର ଫଟୋ ଓ ଭିଡିଓ ସେଠାକର ମେଣ୍ଟ ସରକାରଙ୍କ ଜଣେ କର୍ମଚାରୀଙ୍କ ଗ୍ରୁପ୍ ଚାଟରେ ସେୟାର କରାଯାଇଥିଲା। ଗତ ସୋମବାର ଅଷ୍ଟ୍ରେଲିଆର ଖବରକାଗଜ ଓ ଟିଭି ଚାନେଲ ଏହାକୁ ପ୍ରଥମେ ଦେଖାଇଥିଲେ। ଏହି ଅଶ୍ଳୀଳ ଫଟୋ ସାମ୍ନାକୁ ଆସିବା ପରେ ମହିଳା ସାଂସଦ ଓ ଅଷ୍ଟ୍ରେଲିଆ ଜନତା କ୍ରୋଧାନ୍ୱିତ ହୋଇଛନ୍ତି। ଟମ୍ ନାମକ ବ୍ୟକ୍ତି ଏହି ଘଟଣାର ଭିଡିଓ ପ୍ରକାଶ କରିଛନ୍ତି। ଅଭିଯୋଗ ହୋଇଛି କର୍ମଚାରୀ ଓ ସାଂସଦ ଅନେକଥର ସଂସଦ ଭବନ‌ରେ ଥିବା ପ୍ରାର୍ଥନା ଗୃହକୁ ଯୌନାଚାର ପାଇଁ ବ୍ୟବହାର କରିଥାଆନ୍ତି।

ସେ କହିଛନ୍ତି ମେଣ୍ଟ ସରକାରର ସାଂସଦଙ୍କ ପାଇଁ ଦେହଜୀବୀଙ୍କୁ ଏଠାକୁ ଅଣାଯାଇଥାଏ। ସାଂସଦର କର୍ମଚାରୀ ପ୍ରତିଦିନ ନିଜର ଅଶ୍ଳୀଳ ଫଟୋ ପରସ୍ପର ମଧ୍ୟରେ ସେୟାର କରିଥାଆନ୍ତି। ଏସବୁକୁ ନେଇ ତାଙ୍କ ପାଖକୁ ଏତେ ଫଟୋ ଓ ଭିଡିଓ ଆସି ସାରିଛି ତାଙ୍କୁ ଆଉ କିଛି ଫରକ ପଡ଼ୁନାହିଁ। ମହିଳା ବ୍ୟାପାର ମନ୍ତ୍ରୀ ମରିସ ପ୍ୟାନ ଏହି ଖୁଲାସାକୁ ନିରାଶା ଠାରୁ ମଧ୍ୟ ଅଧିକ ବୋଲି କହିଥିବା ବେଳେ ମାମଲାରେ ଯାଞ୍ଚ ଆଦେଶ ଦିଆଯାଇଛି।

Leave A Reply

Your email address will not be published.