ଅତି ଜରୁରୀ କାମ ନଥିଲେ ବନ କର୍ମଚାରୀ ଛୁଟି ନେଇପାରିବେନି

ସମ୍ବଲପୁର : ସମ୍ବଲପୁରରେ ବନ ବିଭାଗ କର୍ମଚାରୀଙ୍କ ଛୁଟି ଉପରେ କଟକଣା। ଜଙ୍ଗଲରେ ନିଆଁ ପାଇଁ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି। ଅତି ଜରୁରୀ କାମ ନଥିଲେ କେହି ଛୁଟି ନେଇ ପାରିବେନାହିଁ ବୋଲି ଡିଏଫଓ ଡକ୍ଟର ସଞ୍ଜିତ କୁମାର ସୂଚନା ଦେଇଛନ୍ତି।

ରାଜ୍ୟର ଅନେକ ଜଙ୍ଗଲରେ ଲାଗିଥିବା ନିଆଁ ଏଯାଏ ଆୟତ୍ତକୁ ଆସିନି। କିନ୍ତୁ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି। ସମ୍ବଲପୁର ଜିଲ୍ଲାରେ ଥିବା ଜଙ୍ଗଲରେ ମଧ୍ୟ ନିଆଁ ଲାଗିଛି। ଯାହା ଜିଲ୍ଲା ପ୍ରଶାସନ ପାଇଁ ଏବେ ଚିନ୍ତାର କାରଣ ହୋଇଛି।

Leave a Reply

Your email address will not be published. Required fields are marked *

Back to top button