ଅଟୋ ଭଡା ବଢିଲା : ୩କିମି ପାଇଁ ୨୦ ଓ ରିଜର୍ଭେସନ୍‌ରେ ୫୦ ଟଙ୍କା

ଭୁବନେଶ୍ୱର : ତୈଳଦର ବୃଦ୍ଧି ଓ କୋଭିଡ୍‌ କଟକଣା ପାଇଁ ୨ଜଣ ଯାତ୍ରୀ ପରିବହନ ଅନୁମତିକୁ ଦୃଷ୍ଟିରେ ରାଜଧାନୀ ଅଟୋରିକ୍ସା ମହାସଂଘ ଭଡା ବୃଦ୍ଧି କରିଛି। ମହାସଂଘର ନିଷ୍ପତ୍ତି ଅନୁଯାୟୀ ସର୍ବନିମ୍ନ ୩ କିଲୋମିଟର ଯାତ୍ରୀ ପିଛା ୨୦ ଟଙ୍କା ଦେବାକୁ ପଡିବ। ଏହାଠାରୁ ଅଧିକ ହେଲେ ୧ କିଲୋମିଟର ପିଛା ୧୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ରିଜର୍ଭେସନ୍‌ ପାଇଁ ୩ କିଲୋମିଟରକୁ ଯାତ୍ରୀ ପିଛା ୫୦ ଟଙ୍କା। ଅଧିକ ହେଲେ ୧ କିଲୋମିଟର ପାଇଁ ୧୫ ଟଙ୍କା ଦେବାକୁ ପଡିବ। ମହାସଂଘର ସାଧାରଣ ସଂପାଦକ ବିଜୟ କୁମାର ପଟ୍ଟନାୟକ ପ୍ରେସ୍‌ ବିବୃତିରେ ଏହି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button