ମାଇଁ ମଥାରେ ଲାଗିଲା ଭଣଜା ସିନ୍ଦୁର

{ ଜ୍ଞାନ ରଞ୍ଜନ ସ୍ଵାଇଁ } ଆଜିକାଲି ଯୁଗରେ ପ୍ରାୟତଃ ଯୁବପିଢୀ ପ୍ରେମ କରୁଛନ୍ତି । ଶେଷରେ ପ୍ରେମିକା ଓ ପ୍ରେମୀ ବିବାହ କରିଥାନ୍ତି ତ ଅନ୍ୟ କେତେକ ସ୍ଥାନରେ ଘର ଲୋକମାନଙ୍କ ଚାପ ଯୋଗୁ ଅଲଗା ହୋଇ ଯାଆନ୍ତି। ପ୍ରେମ ଅନ୍ଧ ଓ ପ୍ରେମରେ ପଡିଥିବା ବ୍ୟକ୍ତି ସମାଜ ବିଷୟରେ ଚିନ୍ତା କରିନଥାଏ। ଏହି ମାମଲା ବିହାରର ଜାମୁଇର ଅଟେ । ଯେଉଁଠି ଜଣେ ବିବାହିତା ମହିଳା ନିଜ ଭଣଜାଙ୍କୁ ପ୍ରେମ କରିଲେ ଓ ଶେଷରେ ତାଙ୍କୁ ହିଁ ବିବାହ କରିନେଲେ । ବର୍ତ୍ତମାନ ଏହି ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭଣଜା ଜଣକ ମାଇଁଙ୍କ ମଥାରେ ସିନ୍ଦୁର ଲଗାଉଛନ୍ତି । ଏହାପରେ ପରମ୍ପରା ଅନୁଯାୟୀ ଯେମିତି ସ୍ତ୍ରୀ ସ୍ଵାମୀର ଗୋଡ ଧରି ଆଶୀର୍ବାଦ ନେଇଥାଏ ଠିକ ସେହିଭଳି ମାଇଁ ଭଣଜାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଛନ୍ତି ।

କୁହାଯାଉଛି କି ଜାମୁଇ ଜିଲ୍ଲାର ରତନପୁରର ବାସିନ୍ଦା ୨୨ ବର୍ଷୀୟ ଚନ୍ଦନ କୁମାର ମୁମ୍ବାଇରେ ଅଟୋ ଚଲାନ୍ତି ଓ ସେହି ସାଥାନରେ ତାଙ୍କ ମାମୁଁ ବି ରହୁଥିଲେ । କିନ୍ତୁ ମୁମ୍ବାଇରେ ଲକଡାଉନ କାରଣରୁ ମାମୁଁ ଓ ଭଣଜା ନିଜ ନିଜ ଘରକୁ ଫେରି ଆସିଲେ । କିନ୍ତୁ କିଛି ପରେ ଭଣଜା ନିଜ ଘରୁ ଚାଲି ଆସିଲା ଓ ନିଜ ମାମୁଁଙ୍କ ଘରେ ରହିଲା । ଏହା ପରେ ଭଣଜା ଓ ମାଇଁଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଲା ଓ ଧୀରେ ଧୀରେ ଉଭୟ ପରସ୍ପରର ପ୍ରେମରେ ପଡିଗଲେ । ଯାହା ବିଷୟରେ କାହାକୁ କିଛି ବି ଜଣା ନ ଥିଲା । ପାଖାପାଖି ୧୦ ଦିନ ତଳେ ମାମୁଁ କୌଣସି କାମରେ ମୁମ୍ବାଇ ଚାଲିଗଲେ । ଆଉ ସେ ଯେତେବେଳେ ମୁମ୍ବାଇରୁ ଫେରିଲେ ତେବେ ସେ ଦେଖିଲେ କି ଭଣଜା ଓ ମାଇଁ ଫେରାର ହୋଇ ଯାଇଛନ୍ତି ।

ସମ୍ବନ୍ଧିତ ଖବର
between image and heading

Comments are closed.