ବାବା ରାମଦେବ ନେବେ କରୋନା ଟିକା

ନୂଆଦିଲ୍ଲୀ : ଯୋଗଗୁରୁ ବାବା ରାମଦେବ କହୁଥିଲେ ଯୋଗ ଓ ଆୟୁର୍ବେଦ ଦ୍ୱାରା କରୋନା ଭାଇରସରୁ ନିଜକୁ ସୁରକ୍ଷିତ ରଖିଛନ୍ତି। କିନ୍ତୁ ଏବେ ସେ ନିଜର ଆଭିମୁଖ୍ୟ ବଦଳାଇ କରୋନା ଟିକା ନେବେ ବୋଲି କହିଛନ୍ତି।

କରୋନା ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଏଲୋପାଥି ଔଷଧର ପ୍ରଭାବକୁ ନେଇ ରାମଦେବ ପ୍ରଶ୍ନ ଉଠାଇଥିଲେ। ସେ ଏଲୋପାଥିକୁ ଷ୍ଟୁପିଡ ସାଇନ୍ସ ଓ ଏଥିପାଇଁ ଲକ୍ଷାଧିକ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି କହିଥିଲେ। ଆଉ କହିଥିଲେ ଯୋଗ ଓ ଆୟୁର୍ବେଦ ଦ୍ୱାରା କରୋନାକୁ ମାତ ଦିଆଯାଇ ପାରିବ। ହେଲେ ଏବେ ରାମଦେବ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ପାଇଁ ମାଗଣା ଟିକାର ବ୍ୟବସ୍ଥା କରିବା ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ହରିଦ୍ୱାରରେ ସେ କହିଛନ୍ତି ଟିକାର ଉଭୟ ଡୋଜ୍ ନିଅନ୍ତୁ। ଏହା ଯୋଗ ଓ ଆୟୁର୍ବେଦ ସହ ଡବଲ ସୁରକ୍ଷା ଯୋଗାଇବ। ଏମାନେ ମିଳିତ ଭାବେ ଜଣଙ୍କୁ ଏମିତି ସୁରକ୍ଷା କବଚ ଯୋଗାଇ ଦେବେ ଜଣେ ହେଲେ କେହି ଆଉ କରୋନାରେ ପ୍ରାଣ ହରାଇବେ ନାହିଁ।

ଆପଣ କେବେ ଟିକା ନେବେ ବୋଲି ପ୍ରଶ୍ନର ଉତ୍ତରରେ ରାମଦେବ କହିଛନ୍ତି ଖୁବଶୀଘ୍ର। ଏହାଛଡା
ସେ କହିଛନ୍ତି ମୁଁ କୌଣସି ସଂଗଠନକୁ ବିରୋଧ କରେନାହିଁ। ଭଲ ଡାକ୍ତରମାନେ ପ୍ରକୃତ ହିରୋ। ସେମାନେ ଭଗବାନଙ୍କ ଦୂତ ଭାବେ ପୃଥିବୀକୁ ଆସିଛନ୍ତି। କିନ୍ତୁ କିଛି ଡାକ୍ତର ଭୁଲ କରୁଛନ୍ତି। ଜରୁରୀ କାଳୀନ ଚିକିତ୍ସା ଓ ଅପରେସନ ପାଇଁ ଏଲୋପାଥି ସବୁଠାରୁ ଶ୍ରେଷ୍ଠ। ଏଥିରେ କୌଣସି ଦୁଇମତ ନାହିଁ।

Leave a Reply

Your email address will not be published. Required fields are marked *

Back to top button