ବ୍ରାବ୍ରି ମସଜିଦ୍ ରାୟ : ୩୨ ଅଭିଯୁକ୍ତ ଦୋଷମୁକ୍ତ

ନୂଆଦିଲ୍ଲୀ : ଦୀର୍ଘ ୨୮ ବର୍ଷ ପରେ ବହୁ ପ୍ରତିକ୍ଷିତ ବାବ୍ରି ମସଜିଦ୍ ମାମଲାର ରାୟ ଆଜି ପ୍ରକାଶ ପାଇଛି। ସିବିଆଇର ସ୍ୱତନ୍ତ୍ର କୋର୍ଟ ଏହି ମାମଲାରେ ସମସ୍ତ ୩୨ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି। ସାକ୍ଷୀ ଅଭାବ ରହିବା ସହିତ ଯେଉଁ ମସଜିଦ ଭଙ୍ଗାର ଭିଡିଓ, ଫୋଟ ଓ ଅଡିଓ ସାମ୍ୱୁଲ ପ୍ରମାଣ ଭାବରେ ଦର୍ଶାଯାଇଛି ସେଥିରେ କୋର୍ଟ ସନ୍ତୁଷ୍ଟ ପ୍ରକାଶ କରିନାହାନ୍ତି। ଆଉ କହିଛନ୍ତି ମସଜିଦ ଭାଙ୍ଗିବା ନେଇ କୌଣସି ଷଡ଼ଯନ୍ତ୍ର ହୋଇନଥିଲା। ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ମୋଟ ୪୯ ଅଭିଯୁକ୍ତ ଥିଲେ। ଏଥିମଧ୍ୟରୁ ୧୭ ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିବାରୁ ସେମାନଙ୍କ ବିରୋଧରେ ମାମଲା ବନ୍ଦ ହୋଇସାରିଛି। ବାକି ୩୨ ଅଭିଯୁକ୍ତଙ୍କ ଉପରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି।

ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମୋନହର ଯୋଶୀ, ଉମା ଭାରତୀ ଓ ବିନୟ କାଟିଆରଙ୍କ ସମେତ ୩୨ ଅଭିଯୁକ୍ତଙ୍କ ନାମରେ ମାମଲା ରହିଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ୱତନ୍ତ୍ର କୋର୍ଟଙ୍କୁ ସେପ୍ଟେମ୍ବର ୩୦ ସୁଦ୍ଧା ଏହି ମାମଲାର ରାୟ ଶୁଣାଇଛନ୍ତି।

ମତାମତ ଦିଅନ୍ତୁ ।