ବାଚସ୍ପତିଙ୍କୁ ସାକ୍ଷାତ କଲେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି

ଭୁବନେଶ୍ୱର : ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଆଜି ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ତାଙ୍କ ବିଧାନସଭାସ୍ଥିତ ପ୍ରକୋଷ୍ଠରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ବାଚସ୍ପତି ଡ. ପାତ୍ର ପ୍ରଫେସର ତ୍ରିପାଠୀଙ୍କୁ ସଂସ୍କୃତି ବିଶ୍ୱବିଦ୍ୟାଳୟର କାର୍ଯ୍ୟାବଳୀ ଓ ଭବିଷ୍ୟତ ଯୋଜନା ସଂପର୍କରେ ପଚାରି ବୁଝିଥିଲେ। ବିଶ୍ୱବିଦ୍ୟାଳୟ ଉନ୍ନତି ପାଇଁ ପ୍ରୟାସ ଜାରି ରଖିବାକୁ ଦେଇଥିଲେ ପରାମର୍ଶ। ସାକ୍ଷାତ ଆଲୋଚନା ବେଳେ ବିଧାନସଭା ସଚିବ ଦାଶରଥୀ ଶତପଥୀ ଉପସ୍ଥିତ ଥିଲେ।

ମତାମତ ଦିଅନ୍ତୁ ।