ବଡ଼ଚଣା : ଜମି ବିବାଦକୁ ନେଇ ସଂଘର୍ଷ

ଯାଜପୁର : ବଡ଼ଚଣା ଥାନା ଅନ୍ତର୍ଗତ ବାଙ୍ଗରଗୁଣ୍ଠା ଗ୍ରାମରେ ଜମି ବିବାଦକୁ ନେଇ ସଂଘର୍ଷ ଘଟିଛି। ଏହି ଘଟଣାରେ ୩ ଜଣ ମହିଳା ଗୁରୁତର ହୋଇଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରକଖାନାକୁ ପଠାଯାଇଛି।

ଖବର ଅନୁଯାୟୀ ବାଙ୍ଗରଗୁଣ୍ଠା ଗ୍ରାମର ଜ୍ଞାନେନ୍ଦ୍ର ପରିଡ଼ା ଓ ରମେଶ ପ୍ରଧାନଙ୍କ ପରିବାର ମଧ୍ୟରେ ଜମିଜମାକୁ ନେଇ ବିବାଦ ରହିଥିଲା। ଗତକାଲି ହୋଲି ସମୟରେ ଉଭୟ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାକୁ କେନ୍ଦ୍ର କରି ଜ୍ଞାନେନ୍ଦ୍ର ପରିଡ଼ା ରମେଶଙ୍କ ପରିବାରର ୩ ଜଣ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଗୁରୁତର ମହିଳା ଏବେ କଟକ ବଡ଼ ଡାକ୍ତରକଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ବଡ଼ଚଣା ଥାନା ପୋଲିସ ମାମଲା ରୁଜୁକରି ଜ୍ଞାନେନ୍ଦ୍ର ଓ ରମେଶଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button