ବରଗାଁ ଡକାୟତି ଘଟଣାର ୫ ଅଭିଯୁକ୍ତ ଗିରଫ

0

ଖଡ଼ିଆଳ : ବରଗାଁ ଡକାୟତି ଘଟଣାର ପୋଲିସ ପର୍ଦାଫାସ କରିଛି। ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଆଜି ସବିଶେଷ ସୂଚନା ଦେଇଛନ୍ତି ନୂଆପଡ଼ା ଏସପି ରାହୁଲ କୁମାର ଜୈନ୍‌। ଏହି ଘଟଣାରେ ସଂପୃକ୍ତ ପାଞ୍ଚଜଣଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୧ ଲକ୍ଷ ୨୫୦୦ ଟଙ୍କା ଜବତ ହୋଇଛି।

ସେହିପରି ଡ଼କାୟତିରେ ବ୍ୟବହାର ହୋଇଥିବା ଗୋଟିଏ କାର, ଦୁଇଟି ମୋଟର ସାଇକେଲ, ଲୁହା ରଡ଼, ଧାରୁଆ ଅସ୍ତ୍ର ସମେତ ତିନିଟି ଚୋରି ମୋବାଇଲ ଜବତ ହୋଇଛି। ଏହାଛଡା ଗୋଟିଏ ସିସି ଟିଭି ମନିଟର ଓ ୮ଟି ମୋବାଇଲ ଫୋନ ଜବତ କରାଯାଇଛି। ଖଡ଼ିଆଳ ଏସଡିପିଓ ସନ୍ତକ କୁମାର ଜେନା ଓ ଥାନା ଅଧିକାରୀ କୈଳାସ ସେଠୀ ଅଭିଯୁକ୍ତଙ୍କୁ ଧରିବାରେ ସମର୍ଥ ହୋଇଛନ୍ତି। ଏହି ଡ଼କାୟତିରେ ଆହୁରି କେତେଜଣଙ୍କ ସଂପୃକ୍ତ ଥିବାରୁ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।

Leave A Reply

Your email address will not be published.