ବଡଗାଁ ସୁନା ଦୋକାନୀ ହତ୍ୟା ଓ ଲୁଟ୍ ଘଟଣାରେ ୫ ଗିରଫ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ପୋଲିସ ବଡ଼ଗାଁ ସୁନା ଦୋକାନୀଙ୍କୁ ହତ୍ୟା ଓ ଲୁଟ୍ ମାମଲାର ପର୍ଦ୍ଦାଫାସ କରିଛି। ଵିହାର ଓ ଝାଡଖଣ୍ଡରୁ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ଵନ୍ଧୁକ ଓ ଗୁଳି ସହିତ ୩ଶହ ଗ୍ରାମ ସୁନା, ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇଛି।

ସୁନ୍ଦରଗଡ଼ ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀରେ ସଵିଶେଷ ସୂଚନା ଦେଇ କହିଲେ ଚଳିତ ମାସ ୧ ତାରିଖ ଦିନ ବଡ଼ଗାଁର ବ୍ୟବସାୟୀ ରୋହିତ ବର୍ମା ସୁନା ଦୋକାନ ମା’ ମଙ୍ଗଳା ଜୁଏଲାରୀ ଖୋଲିବା ସମୟରେ ୩ ଜଣ ଦୁର୍ବୁତ୍ତ ଏକ ବାଇକରେ ଆସି ତାଙ୍କୁ ଗୁଳି ମାରି ସୁନା ଗହଣା ଥିବା ବ୍ୟାଗ ଛଡାଇ ନେଇଥିଲେ। ରୋହିତଙ୍କର ଚିକିତ୍ସା ବେଳେ ମୃତ୍ୟୁ ଘଟିଥିଲା ବେଳେ ତାଙ୍କର ଜଣେ ସାଙ୍ଗ ଗୁଳି ମାଡ଼ରେ ଆହତ ହୋଇଥିଲେ। ପୋଲିସ ମାମଲା ରୁଜୁ କରି ୩ଟି ସ୍ଵତନ୍ତ୍ର ଟିମ ଜରିଆରେ ତଦନ୍ତ କରିଥିଲା। ଏଥିରୁ ଜଣାପଡିଥିଲା ସ୍ଥାନୀୟ ଲୋକଙ୍କ ସମେତ ୬ ଜଣ ଘଟଣାରେ ସମ୍ପୃକ୍ତ। ଵିହାର ଓ ଝାଡଖଣ୍ଡ ପୋଲିସ ସହାୟତାରେ ଘଟଣାର ୯ ଦିନ ପରେ ୫ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଜଣେ ଅଭିଯୁକ୍ତ ଖୁବ୍ ଶୀଘ୍ର ଧରାପଡିବ ଵୋଲି ଏସପି କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button