ବଏଫ୍ରେଣ୍ଡ ନାଁରେ ମେହେନ୍ଦୀ ଲଗାଇଲେ ଦିଶା

ମୁମ୍ବାଇ : ଟିଭି ଶୋ’ର ଲୋକପ୍ରିୟ ଅଭିନେତ୍ରୀ ଦିଶା ପରମାର ରାହୁଲ ବୈଦ୍ୟଙ୍କୁ ଡେଟ୍ କରୁଥିଲେ। ନିକଟରେ ଦିଶା ଇନଷ୍ଟାଗ୍ରାମରେ ଅନେକ ଫଟୋ ସେୟାର କରିଛନ୍ତି। ଏହି ଫଟୋର ମେହେନ୍ଦି ଡିଜାଇନରେ ସେ ରାହୁଲଙ୍କ ନାମର ଅକ୍ଷର ଲେଖିଥିବା ଦେଖିବାରୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମେହେନ୍ଦୀ ଲଗାଇଥିବା ଫଟୋ ସେୟାର କରି ଫ୍ୟାନ୍ସମାନଙ୍କୁ ଦିଶା ପଚାରିଛନ୍ତି ଆପଣମାନେ କ’ଣ ଏଥିପାଇଁ କ୍ୟାପସନ୍ ଦେବାକୁ ଚାହୁଁଛନ୍ତି ? ଦିଶାଙ୍କ ଏହି ଫଟୋରେ ଲୋକ କମେଣ୍ଟ ଦେଇ ତାଙ୍କୁ ପ୍ରଶଂସା କରିଛନ୍ତି। କିଛି ଲୋକ କହିଛନ୍ତି ଆପଣ ରାହୁଲଙ୍କ ନାମରେ ମେହେନ୍ଦୀ ଲଗାଇଛନ୍ତି। ଦିଶା ଏକ ଗୋଲାପୀ ରଙ୍ଗର ଡ୍ରେସ୍ ପିନ୍ଧି ହାତରେ ଲହାଇଥିବା ମେହେନ୍ଦୀକୁ ଦେଖାଇଛନ୍ତି। ଯେଉଁଥିରେ ରାହୁଲଙ୍କ ନାମ ଓ ସର୍ ନେମର ଅକ୍ଷର ଲେଖା ହୋଇଥିବା ସ୍ପଷ୍ଟ ଦେଖାଯାଉଛି।

ସେହିପରି ଏକ ଇଣ୍ଟରଭ୍ୟୁରେ ରାହୁଲ କହିଥିଲେ ପ୍ରଥମ ଦେଖାରେ ଦିଶାଙ୍କୁ ହୃଦୟ ଦେଇ ବସିଥିଲେ। ବିଗ୍ ବସ୍ ରେ ପ୍ରଥମେ ଦିଶାଙ୍କୁ ଦେଖି ଅନୁଭବ କରିଥିଲେ ସେ ତାଙ୍କୁ ଭଲପାଉଛନ୍ତି। ଶୋ’ ଶେଷ ହେବାପରେ ରାହୁଲ ଦିଶା ପରମାର ଓ ପରିବାରଙ୍କ ସହ ସମୟ ବିତାଉଛନ୍ତି। କେବଳ ସେତିକି ନୁହେଁ ସୋସିଆଲ ମିଡିଆରେ ସକ୍ରିୟ ଥିବା ରାହୁଲ ବିଗ୍ ବସ୍ ରୁ ଆସିବା ପରେ ଫ୍ୟାନ୍ ଫଲୋଇଙ୍ଗ୍ ସଂଖ୍ୟା ଆହୁରି ଅଧିକ ବୃଦ୍ଧି ପାଇଛି।

ପୂର୍ବରୁ ରାହୁଲ ବୈଦ୍ୟ ଓ ଦିଶା ପରମାରଙ୍କୁ ଅଲି ଗୋନି ଓ ଜସ୍ମିନ ଭସିନଙ୍କ ସହିତ ବାନ୍ଦ୍ରାସ୍ଥିତ ଏକ ରେଷ୍ଟୁରାଣ୍ଟ ବାହାରେ ଦେଖୁବାକୁ ମିଳିଥିଲା। ସବୁଥର ପରି ରାହୁଲଙ୍କୁ ଫଟୋ ସାମ୍ବାଦିକମାନେ ଦିଶା ଓ ତାଙ୍କ ବିବାହ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଉତ୍ତରରେ ରାହୁଲ କହିଥିଲେ ସେ ଏଠାରେ ଅଲି ଓ ଜସ୍ମିନଙ୍କ ସହ ତାଙ୍କ ବିବାହ ବିଷୟରେ ଆଲୋଚନା କରୁଥୁଲେ। ଏହାଛଡା ସେ ମଧ୍ୟ କହିଛନ୍ତି ଅଲି ଓ ଜସ୍ମିନ୍ ଭସିନ୍ ତାଙ୍କ ଗୀତରେ ଏକ ଚମତ୍କାର ପ୍ରଦର୍ଶନ କରିବାକୁ ଯାଉଛନ୍ତି।

Leave a Reply

Your email address will not be published. Required fields are marked *

Back to top button