ବାଘ ଛାଲ କାରବାର : ୫ ଗିରଫ

ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜ କଟାସ ଗାଁ ନିକଟରୁ ବାଘ ଛାଲ ଜବତ ହୋଇଛି। ଏହି ଘଟଣାରେ ୫ ଜଣଙ୍କୁ ଗିରଫ ବନ ବିଭାଗ କରିଥିବା ବେଳେ ୨ଟି ବାଇକ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ କୁଳିଅଣାର ଖେଲାରା ମହାଁସଦା ଓ ହାମ୍ବୀର ଟୁଡୁ, ବିଶୋଇର ବାଜିନାଥ ହେମ୍ବ୍ରମ, ସନତ ମାରାଣ୍ଡି ଓ ଜାମଦାର ତୁଶୀଲ ମୁର୍ମୁ।

ମଣଦା ରେଞ୍ଜ କଟାସ ଅଞ୍ଚଳରୁ ସେପ୍ଟେମ୍ବର ୩ ତାରିଖରେ ଏକ ବାଘ ଛାଲ ଜବତ ହୋଇଥିଲା। ଅକ୍ଟୋବର ୧୭ ତାରିଖ ଦିନ ଶିମିଳିପାଳ ଅଂଚଳରେ ଚାଲିଥିବା ବାଘ ଛାଲ କାରବାରର ମାଷ୍ଟର ମାଇଣ୍ଡ ଲବ ନାଏକଙ୍କୁ ବନ ବିଭାଗ ଗିରଫ କରିଥିଲେ ମଧ୍ୟ କୋଭିଡ ଟେଷ୍ଟ ବାହାନାରେ ସେ ଫେରାର ହୋଇଯାଇଥିଲା। ଏବେ ବନବିଭାଗ ଶିମିଳିପାଳ ଅଞ୍ଚଳରେ ଶିକାରୀଙ୍କ ଉପରେ କଡା ନଜର ରଖିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।