ବାହାଘର ପରେ ଦୁଇ ବରଙ୍କୁ ଥାନାକୁ ନେଇଗଲା ପୋଲିସ

ବ୍ରହ୍ମପୁର : କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଙ୍ଘନ। ଗଞ୍ଜାମ ଜିଲ୍ଲାର ଦୁଇ ବର ଓ ତାଙ୍କ ବାପାଙ୍କୁ ପୋଲିସ ଥାନାକୁ ନେଇ ଅଟକ ରଖିଛି।

ଖବର ଅନୁଯାୟୀ ହିଞ୍ଜିଳିକାଟୁ ଦୁର୍ଗନ୍ଧ ପଞ୍ଚାୟତର ଗୋଦାରାପାଲି ଗାଁର କେ. ରାମମୂର୍ତିଙ୍କ ଦୁଇ ପୁଅ କେ. ସୁଶାନ୍ତ ଓ କେ. ବସନ୍ତଙ୍କର ଶୁକ୍ରବାର ଥିଲା ବାହାଘର। ଦୁଇ ଭାଇ ଘୋଡ଼ାରେ ବସି ରୋଷଣୀ କରି ଗାଁ ପରିକ୍ରମା କରିଥିଲେ। ଶୋଭାଯାତ୍ରାରେ ମହିଳା ଓ ଛୋଟ ପିଲାଙ୍କୁ ମିଶାଇ ୩୦ରୁ ଅଧିକ ସାମିଲ୍‌ ହୋଇଥିଲେ। କିନ୍ତୁ କେହି ମାସ୍କ ନଥିଲେ। ଏହି ଖବର ପାଇ ପୋଲିସ ଗାଁରେ ଚଢ଼ଉ କରି ବାପା କେ. ରାମମୂର୍ତି ଓ ଦୁଇ ପୁଅଙ୍କୁ ଅଟକ ରଖିଛି।

ସେହିପରି ହିଂଜିଲି ବ୍ଲକର ବଡ଼ଖଣ୍ଡି ଗାଁରେ ଏକ ଭୋଜିରେ ପୋଲିସ ଚଢ଼ଉ କରିଛି। ଶତାଧିକ ଲୋକଙ୍କ ପାଇଁ ଆୟୋଜନ ହୋଇଥିବା ଖାଦ୍ୟକୁ ହିଂଜିଲି ଏନ୍‌ଏସିର ଗରିବ ଲୋକଙ୍କୁ ବାଣ୍ଟି ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button