ବାଇକ୍ ଆରୋହୀଙ୍କ ଠାରୁ ୫୦ ଲକ୍ଷ ଜବତ

ପିପିଲି : ଉପନର୍ବାଚନ ପାଇଁ ପିପିଲିରେ ପ୍ରଚାର ସରଗରମ ହେଉଥିବା ବେଳେ ଆଜି ତରାକାଜ ଛକରୁ ପଲସରରେ ଯାଉଥିବା ଦୁଇଜଣଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଜବତ ହୋଇଛି।

ଖବର ଅନୁଯାୟୀ ପିପିଲି ଟୋଲଗେଟ୍‌ ନିକଟରେ ପୋଲିସ ରୁଟିନ ଚେକିଂ କରୁଥିଲା। ଏହି ସମୟରେ ପଲସରରେ ଆସୁଥିବା ଦୁଇଜଣ ଯୁବକ ଖସିଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୋଲିସ ସେମାନଙ୍କୁ
ତରାକାଜ ଛକ ନିକଟରେ ଧରିଥିଲା। ଯୁବକଦ୍ୱୟ ବଳଙ୍ଗା ଅଞ୍ଚଳର। ତେବେ ଟଙ୍କା କେଉଁଠୁ ଆସିଥିଲେ ଓ କୁଆଡ଼େ ନେଉଥିଲେ ତାହା ସ୍ପଷ୍ଟ ହୋଇନି। ସେମାନଙ୍କୁ ଥାନାରେ ଅଟକ ରଖାଯାଇଛି।

Leave a Reply

Your email address will not be published. Required fields are marked *

Back to top button