ବାଇକ୍‌ ଚାଳକଙ୍କୁ ଲକ୍ଷେ ୧୩ ହଜାର ଫାଇନ୍

ରାୟଗଡ଼ା : ବାଇକ୍ ଚାଳକଙ୍କ ଉପରେ ଲକ୍ଷେ ୧୩ ହଜାର ୫୦୦ ଟଙ୍କା ଫାଇନ୍। ଟ୍ରାଫିକ୍ ନିୟମ ଉଲଂଘନ ପାଇଁ ଏହି ଜରିମାନା ଲଗାଇଛି ରାୟଗଡ଼ା ଜିଲ୍ଲା ପରିବହନ ବିଭାଗ।

ଖବର ଅନୁଯାୟୀ ମଧ୍ୟପ୍ରଦେଶର ଅମରପୁର୍ର ପ୍ରକାଶ ବନଜରା ବିନା ରେଜିଷ୍ଟ୍ରେସନରେ ତାଙ୍କ ରାଜ୍ୟରୁ ବାଇକ୍‌ ଆଣି ରାୟଗଡାରେ ଚଳାଉଥିଲେ। ବାଇକ୍‌ରେ ବୁଲି ବୁଲି କରୁଥିଲେ ଡ୍ରମ ବ୍ୟବସାୟ। ହେଲେ ହେଲମେଟ୍ ପିନ୍ଧି ନଥିବାରୁ ଗତକାଲି ଡିଆଇବି ଛକରେ ଚାଲିଥିବା ଯାଞ୍ଚ ବେଳେ ଏହି ଧରାପଡ଼ିଥିଲେ। ତାହାପରେ ଜଣାପଡିଲା ଗାଡିର ରେଜିଷ୍ଟ୍ରେସନ୍‌ ନାହିଁ। କିନ୍ତୁ ଗାଡିକୁ ସେ ବ୍ୟବସାୟରେ ଲଗାଇଛନ୍ତି। ଟ୍ରାଫିକ୍ ନିୟମ ଉଲଂଘନ ପାଇଁ ଫାଇନ୍ ଲଗାଇଲା ରାୟଗଡ଼ା ଜିଲ୍ଲା ପରିବହନ ବିଭାଗ। ବିନା ରେଜିଷ୍ଟ୍ରେସନରେ ଗାଡ଼ି ଚଲାଇବା, ଡ୍ରାଇଭିଂ ଲାଇସେନ୍ସ, ଇନସ୍ୟୁରାନ୍ସ ନ ଥିବା ଓ ହେଲମେଟ୍ ପିନ୍ଧିନଥିବା ଆଦିକୁ ମିଶାଇ ୧ ଲକ୍ଷ ୧୩ ହଜାର ୫୦୦ ଟଙ୍କାର ଜରିମାନା କଟାଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।