ବାଇକ୍ ଚୋରି ରାକେଟ୍‌ର ପର୍ଦ୍ଦାଫାଶ

ନୀଳଗିରି : ବାଲେଶ୍ଵର ଶିଳ୍ପାଞ୍ଚଳରେ ଏକ ବାଇକ ଚୋରୀ ରକେଟର ପୋଲିସ ପର୍ଦ୍ଦାଫାଶ କରିଛି। ୧୫ ମୋଟର ସାଇକେଲ ସମେତ କାର ଓ ବଲେରୋ ଜବତ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ବାଲେଶ୍ଵରର ବିଭିନ୍ନ ଅଞ୍ଚଳରୁ ଗିରଫ କରାଯାଇଛି। ଥାନା ଅଧିକରିଣୀ ମିନତୀ ବିଶ୍ୱାଳ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କିଛିଦିନ ହେଲା ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାଇକ ଚୋର ସକ୍ରିୟ ହୋଇ ଉଠିଥିଲେ। ଯାହା ପୋଲିସ ପାଇଁ ଚିନ୍ତାର କାରଣ ହୋଇଥିଲା। ପୋଲିସ ଖୋଳତାଡ କରି ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି।

ମତାମତ ଦିଅନ୍ତୁ ।