ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଡବେରୀ ବୁଲାଣିରେ ଆଜି ଏକ ଦୁର୍ଘଟଣା ଘଟିଛି। ଏଥିରେ ବି.ଡକେବାଡ଼ି ଗ୍ରାମର ନାବାଳକ ଆମ୍ବେଦକର ମଳିକ ମୃତ୍ୟୁବରଣ କରିଥିବା ବେଳେ ଜୁଦେନ ମଳିକ ଓ ପ୍ରଶାନ୍ତ ପ୍ରଧାନ ଗୁରୁତର ଆହତ ହୋଇଛନ୍ତି।

ଖବର ଅନୁଯାୟୀ ରବିବାର ସକାଳେ ୩ ଜଣ ଯୁବକ ଏକ ବାଇକ ଯୋଗେ ବାଲାପାଙ୍ଗା ଗ୍ରାମକୁ ଯାଇ ଦାରିଙ୍ଗବାଡ଼ି ଫେରୁଥିଲେ। ଡ଼ବେରୀ ନିକଟ ବୁଲାଣିରେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖବର ପାଇ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ଆମ୍ବେଦକର ମଳିକଙ୍କୁ ମୃତ ଘୋଷଣା କରିଥିଲେ। ଆହତଦ୍ଵୟ ଚିକିତ୍ସାଧୀନ ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button