ବାଇକ୍‌ ଲୁଟେରା ଗ୍ୟାଙ୍ଗର ୫ ଗିରଫ

ଭୁବନେଶ୍ୱର : କମିଶନରେଟ ପୋଲିସ ଆଜି ବାଇକ୍‌ ଲୁଟେରା ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୪୬ଟି ଚୋରି ବାଇକ୍‌ ଓ ୭ଟି ମୋବାଇଲ ଜବତ କରାଯାଇଛି।

ପୋଲିସର ସୂଚନା ଅନୁଯାୟୀ ଚୋରି ବାଇକ୍‌ ଗୁଡ଼ିକୁ ଖୋର୍ଦ୍ଧା ଜଙ୍କିୟା ଅଞ୍ଚଳରେ ବିକ୍ରି ହେଉଥିଲା। ମୋରମ୍‌ ଖଣି ଅଞ୍ଚଳରେ ହେଉଥିଲା ଏହାର ବ୍ୟବହାର। ଚୋରି ଦାମୀ ସ୍ପିଡ୍‌ ବାଇକ୍‌ ଗୁଡ଼ିକୁ ସହର ଉପକଣ୍ଠରେ ହେଉଥିବା ଛିନତାଇରେ ସେମାନେ ବ୍ୟବହାର କରୁଥିଲେ। କିନ୍ତୁ ଏହି ଗ୍ୟାଙ୍ଗର ଜଣେ ସଦସ୍ୟ ପୂର୍ବରୁ ପୋଲିସ ଦ୍ୱାରା ଧରାପଡ଼ି ଖସି ପଳାଇଥିଲେ। ସେ ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମ୍‌ ଗୁଡ଼ିକରେ ବେକ୍‌ଗ୍ରାଉଣ୍ଡ ଡ୍ୟାନ୍ସିଂ କରୁଥିବା ପୋଲିସ କହିଛି।

ମତାମତ ଦିଅନ୍ତୁ ।