ବାଇକକୁ ଟ୍ରକ୍‌ ପିଟିବାରୁ ସ୍ଵାମୀ-ସ୍ତ୍ରୀ ମୃତ, ଝିଅ ଗୁରୁତର

ଯାଜପୁର : ଧର୍ମଶାଳା ଥାନା ନେଉଳପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପା-ମା’ଙ୍କର ମୃତ୍ୟୁ ଘଟିଛି। ୮ ବର୍ଷର ଝିଅର ଅବସ୍ଥା ଗୁରୁତର ଥିବାରୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ମୃତକ ଦ୍ୱୟ ହେଲେ ଲକ୍ଷ୍ମୀକାନ୍ତ ମାଟିଆ ଓ ପତ୍ନୀ ମଞ୍ଜୁଲତା। ଝିଅର ନାଁ ଗାୟତ୍ରୀ। ସେମାନେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍‌ ବଡ଼ଦେଉଳି ଗାଁର ବାସିନ୍ଦା। ରବିବାର ସେମାନେ ଏକ ବାଇକ୍ ଯୋଗେ ୧୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ନେଉଳପୁର ଠାରେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମଞ୍ଜୁଲତା ଓ ଡାକ୍ତରଖାନା ନିଆଯିବା ବାଟରେ ସ୍ଵାମୀ ଲକ୍ଷ୍ମୀକାନ୍ତଙ୍କର ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। କ୍ଷତିପୂରଣ ଦାବି ସହିତ ବାରମ୍ବାର ଦୁର୍ଘଟଣା ଘଟୁଥିବାର ପ୍ରତିବାଦ କରିଥିଲେ। ଉଭୟ ପତରୁ ଶହ ଗାଡ଼ି ରାସ୍ତାରେ ଅଟକି ରହିଥିଲା। ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

Leave a Reply

Your email address will not be published. Required fields are marked *

Back to top button