ବାଇଶି ପାହାଚ ମରାମତି ପାଇଁ ଏଏସ୍‌ଆଇ ଟିମ୍‌ର କାମ ଆରମ୍ଭ

ପୁରୀ : ଶ୍ରୀମନ୍ଦିର ବାଇଶି ପାହାଚର ମରାମତି ପାଇଁ ଏଏସ୍‌ଆଇର ଟିମ୍‌ କାମ ଆରମ୍ଭ କରିଛି। ପ୍ରତିଟି ପାହାଚର ମାପଚୁପ ସହ ଅନୁଧ୍ୟାନ କରାଯାଇଛି। ଆବଶ୍ୟକ ହେଲେ ପୁରୁଣା ବଦଳରେ ନୂଆ ପଥର ଲାଗିବ। ସେହିପରି ମହାଲକ୍ଷ୍ମୀ ମନ୍ଦିର ମରାମତି ନେଇ ମଧ୍ୟ ଯାଞ୍ଚ କରାଯିବ। ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରି ଏହି ମରାମତି କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି।

ମତାମତ ଦିଅନ୍ତୁ ।