Breaking Newsବାଣିଜ୍ୟ

ବଜାରକୁ ଆସିଲା ବିଏସ-୬ ଇମ୍ପିରିଆଲ-୪୦୦

ନୂଆଦିଲ୍ଲୀ : ମୋଟରସାଇକେଲ୍ ନିର୍ମାତା ବେନେଲି ନିଜର ପ୍ରଥମ ବିଏସ ୬ କମ୍ପ୍ଲେଣ୍ଟ ବାଇକ୍ ଅପଡେଟେଡ୍ ଇମ୍ପିରିଆଲ ୪୦୦କୁ ଲଞ୍ଚ୍ କରିଛି। ଏହାର ପ୍ରାରମ୍ଭିକ ଦାମ୍ ରହିଛି ୧.୯୯ ଲକ୍ଷ ଟଙ୍କା । ବିଏସ୍ ୬ ଇମ୍ପିରିଆଲ୍ ୪୦୦ ପୂରୁଣା ମଡେଲ୍ ତୁଳନାରେ ୨୦,୦୦୦ ଟଙ୍କା ଅଧିକ ମହଙ୍ଗା। କମ୍ପାନୀର କହିଛି ନୂଆ ଏମିସନ୍ ନର୍ମ୍ସକୁ ନଜରରେ ରଖି କରାଯାଇଥିବା ପରିବର୍ତ୍ତନ ଓ କରେନ୍ସି ଏକ୍ସଚେଞ୍ଜ ଯୋଗୁ ରେଟ୍ ବଢିଛି। ଏବେ ଏହି ମୋଟରସାଇକେଲ ୨ଟି ରଙ୍ଗ ତଥା ଅପ୍ସନ ବ୍ଲାକ୍ ଓ ରେଡରେ ଉପଲବ୍ଧ। ଯେଉଁଥିପାଇଁ ୨.୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ହେବ।


ନୂଆ ଇମ୍ପିରିଆଲ ୪୦୦ ମୋଟର ସାଇକେଲ ୩୭୪ ସିସି ସିଙ୍ଗଲ ସିଲିଣ୍ଡର, ଫୁଏଲ୍-ଇଞ୍ଜେକ୍ଟେଡ୍ ଇଞ୍ଜିନରେ ଉପଲବ୍ଧ ହେବ। ଯାହାକି ବିଏସ ୪ ମଡେଲରେ ଦିଆଯାଇଥିଲା। ଏହା ବିଏସ ୬ରେ ଅପଗ୍ରେଡ୍ ହେବା ସତ୍ତ୍ୱେ ଟର୍କ ଓ ପାୱରରେ କୌଣସି ହ୍ରାସ ଦେଖିବାକୁ ମିଳିବନି। ଅପଡେଟେଡ୍ ଇଞ୍ଜିନ ୬୦୦୦ ଆରପିଏମରେ ୨୧ ହର୍ସ ପାୱରର ପିକ୍ ଆଉଟପୁଟ୍ ଓ ୩୫୦୦ ଆରପିଏମରେ ୨୯ ଏନଏମର ଟର୍କ ଜେନେରେଟ୍ କରିଥାଏ। ବିଏସ ୪ ଇଞ୍ଜିନରେ ୫୫୦୦ ଆରପିଏମରେ ୨୧ ହର୍ସ ପାୱର ଓ ୪୫୦୦ ଆରପିଏମରେ ୨୯ ଏନଏମର ଟର୍କ ମିଳିଥାଏ।

ଇମ୍ପିରିଆଲ ୪୦୦କୁ ଭାରତରେ ଅକ୍ଟୋବର ୨୦୧୯ରେ ୧.୬୯  ଲକ୍ଷ ଟଙ୍କା ଦାମରେ ଅଣାଯାଇଥିଲା। ଏହାକୁ ମର୍ଡନ-କ୍ଲାସିକ୍ କୁହାଯାଉଥିଲା, ଯେଉଁଥିରେ ଦାମ ହିସାବରେ ରୟଲ ଏନଫିଲ୍ଡ ୩୫୦କୁ ଚାଲେଞ୍ଜ ଦେଉଥିଲା । ଏବେ ନୂଆ ଦାମ ଇମ୍ପିରିୟଲ ୪୦୦ ବେସ୍ ଡୁଆଲ୍-ଚ୍ୟାନେଲ୍ ଏବିଏସର କ୍ଲାସିକ୍ ୩୫୦ (୧.୬୭ ଲକ୍ଷ ଟଙ୍କା)ରୁ ୩୦,୦୦୦ ଟଙ୍କା ଅଧିକ ମହଙ୍ଗା। ବେନେଲି ଘୋଷଣା କରିଛି ବିଏସ ୬ ଇମ୍ପିରିୟଲ ୪୦୦ ପାଇଁ ବୁକିଂ ୬,୦୦୦ ଟଙ୍କାରେ କରାଯାଉଛି। ଏହାକୁ ଅନଲାଇନରେ ବୁକ୍ କରିହେବ। ମୋଟରସାଇକେଲ ଡେଲିଭରୀ ଅଗଷ୍ଟ ପ୍ରଥମ ସପ୍ତାହରେ ଆରମ୍ଭ ହେବ। ଏହାବ୍ୟତୀତ ମୋଟର ସାଇକେଲ ଉପରେ ୩ ବର୍ଷ/ଅନଲିମିଟେଡ୍ କିମି ୱାରେଣ୍ଟ ମଧ୍ୟ ପ୍ରଦାନ କରାଯାଉଛି।

ମତାମତ ଦିଅନ୍ତୁ ।

Back to top button