ବଜାରକୁ ଆସିଲା ହୀରାରେ ତିଆରି ମାସ୍କ

ସୁରଟ୍ : କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ଏହି ମାସ୍କ ଗୁଡିକ ୧୦ ଟଙ୍କାରୁ ଆରମ୍ଭ କରି ବହୁ ଅଧିକରେ ପହଞ୍ଚିଛି। କିଛିଦିନ ତଳେ ସୁନାର ମାସ୍କ ପିନ୍ଧି ଜଣେ ଚର୍ଚ୍ଚାକୁ ଆସିଥିଲେ। ଏବେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବଜାରକୁ ଆସିଛି ବିଭିନ୍ନ ଡିଜାଇନର ମାସ୍କ। କିନ୍ତୁ ଗୁଜରାଟର ସୁରଟରେ ଏକ ଜୁଏଲାରୀ ଦୋକାନରେ ବିକ୍ରି ଦେଉଛି ହୀରା ଲାଗିଥିବା ମାସ୍କ। ଯାହାର ମୂଲ୍ୟ ୧.୫ ଲକ୍ଷରୁ ଅଧିକ ଓ ୪ ଲକ୍ଷ ଭିତରେ ରହିଛି।

ଜୁଏଲାରୀ ଦୋକାନର ମାଲିକ ଦୀପକ ଚୌକସିଙ୍କ କହିଛନ୍ତି ଲକଡାଉନ୍ ହଟିବା ପରେ ଜଣେ ଗ୍ରାହକ ଆମର ଦୋକାନକୁ ଆସିଥିଲେ। ସେ ତାଙ୍କ ପୁଅ-ଝିଅଙ୍କ ପାଇଁ ୟୁନିକ୍ ମାସ୍କ ଡିମାଣ୍ଡ କରିଛନ୍ତି। ତାଙ୍କ କହିବ ଅନୁଯାୟୀ ଆମେ ସେହି ଡିଜାଇନର ମାସ୍କ ତିଆରି କରିଥିଲୁ। ଏବେ ଲୋକଙ୍କ ଭିତରେ ଏହାର ଡିମାଣ୍ଡ ବଢିଛି। ଏହି ମାସ୍କ ପାଇଁ ସୁନା ସହିତ ଶୁଦ୍ଧ ହୀରା ଓ ଆମେରିକାନ୍ ଡାଇମଣ୍ଡର ବ୍ୟବହାର କରାଯାଇଛି। ଆମେରିକା ଡାଇମଣ୍ଡ ସହିତ ମାସ୍କରେ ହଳଦିଆ ସୁନାର ବ୍ୟବହାର କରାଯାଇଛି। ଏହାର ମୂଲ୍ୟ ପ୍ରାୟ ୧.୫ ଲକ୍ଷ ରହିଛି। ଯେଉଁ ମାସ୍କ ସୁନା ଓ ହୀରାରେ ତିଆରି ହୋଇଥାଏ ତାହାର ମୂଲ୍ୟ ୪ ଲକ୍ଷ ଟଙ୍କା ବୋଲି ଜୁଏଲାରୀ ଦୋକାନୀ କହିଛନ୍ତି।

ମତାମତ ଦିଅନ୍ତୁ ।