ବଜାରରେ ଉପଲବ୍ଧ ହେବ ପତଞ୍ଜଳି ‘ବ୍ଲାକ ଫଙ୍ଗସ୍’ର ଆର୍ୟୁବେଦିକ ଔଷଧ

ନୂଆଦିଲ୍ଲୀ : ଏକ ସପ୍ତାହ ମଧ୍ୟରେ ପତଞ୍ଜଳି ‘ବ୍ଲାକ ଫଙ୍ଗସ୍’ ରୋଗ ପାଇଁ ଆର୍ୟୁବେଦିକ ଔଷଧ ଲଂଚ କରିବାକୁ ଯାଉଛି। ଏହି ଦାବି କରିଛନ୍ତି ବାବା ରାମଦେବ ଓ ତାଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଆଚାର୍ଯ୍ୟ ବାଳକୃଷ୍ଣ। ସେମାନେ କହିଛନ୍ତି ପତଞ୍ଜଳୀ ଆର୍ୟୁବେଦ ଲିମିଟେଡ ଓ ପତଞ୍ଜଳୀ ଯୋଗପୀଠ ଏହି ଔଷଧ ପ୍ରସ୍ତୁତ ନେଇ ଜରୁରୀ ଔପଚାରିକତା ପୂରା କରିଛି। ଏଥିସହ ହ୍ୱାଇଟ୍ ଓ ୟୋଲୋ ଫଙ୍ଗସ୍ ପାଇଁ ପ୍ରସ୍ତୁତ ହେଉଥିବା ଔଷଧ ଶେଷ ପର୍ଯ୍ୟାୟରେ ପହଂଚିଛି ବୋଲି ସୂଚନା ଦେଇଛନ୍ତି।

କରୋନା ମହାମାରୀ ଭିତରେ ବ୍ଲାକ ଫଙ୍ଗସ୍ ସହିତ ଅନ୍ୟ ପ୍ରକାର ଫଙ୍ଗାଲ ଇନଫେକ୍ସନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏସବୁ ଫଙ୍ଗାଲ ଇନଫେକ୍ସନରୁ ଲୋକମାନଙ୍କୁ ରକ୍ଷା କରିବାକୁ ପତଞ୍ଜଳୀ ଯୋଗପୀଠ ଓ ପତଞ୍ଜଳୀ ରିସର୍ଚ୍ଚ ସେଣ୍ଟର କାମ କାମ କରୁଛି। ରାମଦେବଙ୍କର ଘନିଷ୍ଠ କୁହାଯାଉଥିବା ବାଳକୃଷ୍ଣଙ୍କ ନିଦର୍ଶନରେ ରିସର୍ଚ୍ଚ କେନ୍ଦ୍ରର ମୁଖ୍ୟ ଡା. ଅନୁରାଗ ବାଷ୍ଣିଓଙ୍କ ସହ ଏକ ଟିମ୍ ପ୍ରସ୍ତୁତ କରାଯାଇଛି।

ବ୍ଲାକ ଫଙ୍ଗସର ଔଷଧ ପ୍ରସ୍ତୁତ କରିଥିବା ଟିମକୁ ଧନ୍ୟବାଦ ଦେଇ ବାବା ରାମଦେବ କହିଛନ୍ତି ମାତ୍ର ୫/୬ ସପ୍ତାହ ମଧ୍ୟରେ ଏହି ଔଷଧ ଟିମ୍ ପ୍ରସ୍ତୁତ କରିଛନ୍ତି। ସେହିପରି ବାଳକୃଷ୍ଣ କହିଛନ୍ତି ଔଷଧ ସମ୍ବନ୍ଧିତ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ବେଳେ କେବଳ ସରକାରୀ ଅନୁମତି ଅପେକ୍ଷାରେ ରହିଛି। ଏହା ୭ ରୁ ୧୦ ଦିନ ମଧ୍ୟରେ ଶେଷ ହେବ।

Leave a Reply

Your email address will not be published. Required fields are marked *

Back to top button