ବଜ୍ରପାତରେ ଦୁଇଜଣଙ୍କ ମୃତ୍ୟୁ

ବାଙ୍କୀ : ଦୋଲଣାପୁର ଗାଁରେ ଆଜି ବଜ୍ରପାତ ଯୋଗୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ତିନି ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି। ବିଲରେ ଚାଷ କାମ କରୁଥିବା ବେଳେ ବଜ୍ରପାତ ହୋଇଥିବାରୁ ଏହି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ମୃତକ ଦ୍ୱୟ ହେଲେ ଲିପୁ ପରିଡା ଓ ଧାଡ଼ିଆ ସାହୁ।

ମତାମତ ଦିଅନ୍ତୁ ।