ବାଲେଶ୍ୱର ୧୨.୧୧ ଓ ତିର୍ତ୍ତୋଲରେ ୭.୫୮ ପ୍ରତିଶତ ମତଦାନ

ଭୁବନେଶ୍ୱର : ବାଲେଶ୍ୱର ଓ ତିର୍ତ୍ତୋଲରେ ଉପ-ନିର୍ବାଚନ ପାଇଁ ଆଜି ମତଦାନ ଜାରି ରହିଛି। ସକାଳ ୯ଟା ସୁଦ୍ଧା ବାଲେଶ୍ୱରରେ ୧୨.୧୧ ପ୍ରତିଶତ ହୋଇଥିବା ବେଳେ ତିର୍ତ୍ତୋଲରେ ୭.୫୮ ପ୍ରତିଶତ ମତଦାନ ହୋଇଛି। ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି। ସେ କହିଛନ୍ତି ମକ ପୁଲ ସମୟରେ କିଛି ଜାଗାରେ ତ୍ରୁଟି ଦେଖାଦେଇଥିଲା। ବାଲେଶ୍ୱରରେ ୨ଟି ଭିଭିପାଟ ବଦଳାଇ ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭୋଟ ବର୍ଜନର ଖବର ଆସିନାହିଁ। ସେହିପରି କୌଣସି ଗଣ୍ଡଗୋଳର ସୂଚନା ନାହିଁ। ଉଭୟ ନିର୍ବାଚନ ମଣ୍ଡଳୀର ଭୋଟରମାନେ ବୁଥ ଆରେଞ୍ଜମେଣ୍ଟକୁ ନେଇ ଖୁସି ଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି।

ମତାମତ ଦିଅନ୍ତୁ ।