ବାଲେଶ୍ୱର ଟାଉନ ଥାନା ଆଇଆଇସିଙ୍କ ବଦଳି

ବାଲେଶ୍ୱର : ବାଲେଶ୍ୱର ଟାଉନ ଥାନା ଆଇଆଇସି ସରୋଜିନୀ ନାୟକଙ୍କର ମୟୂରଭଞ୍ଜ ଜିଲ୍ଲାକୁ ବଦଳି ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଗତ ଜୁଲାଇ ୧ ତାରିଖରେ ଜମିବାଡ଼ି ମାମଲାର ସମାଧାନ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଟାଉନ ଥାନାର ଏସଆଇ ବିମଳ କର ଓ ଦଲାଲ ସନ୍ତୋଷ କୁମାର ଦାସ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଧରିଥିଲା। ଏହି ଘଟଣାରେ ଟାଉନ ଥାନା ଆଇଆଇସି ସରୋଜିନୀ ନାୟକଙ୍କୁ ଭିଜିଲାନ୍ସରେ ହାଜର ହେବା ପାଇଁ ନୋଟିସ ପଠାଯାଇଥିଲା। କିନ୍ତୁ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଛୁଟିରେ ରହିଛନ୍ତି।

ମତାମତ ଦିଅନ୍ତୁ ।