ବାଲେଶ୍ଵର : ହୋଟେଲରେ ଆକ୍ରମଣ, ଦୁଇ ଆହତ

ବାଲେଶ୍ଵବର : ବାଲେଶ୍ଵର ସଦର ଉପ ନିର୍ବାଚନ ପାଇଁ ଭୋଟ ଗ୍ରହଣ ପୂର୍ବରୁ ଚାନ୍ଦିପୁରରେ ପ୍ରାକ୍ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା। ଗତକାଲି ହୋଟେଲରେ ପଶି ଜଣେ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦୁଇଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି।

ଖବର ଅନୁଯାୟୀ ନିର୍ବାଚନ ପ୍ରଚାର ଶେଷ ହେବା ପରେ ଜିଲ୍ଲା ବାହାରର ସମସ୍ତ ନେତା ଓ ସାମ୍ବାଦିକମାନଙ୍କୁ ଫେରିଯିବାକୁ ପୋଲିସ ପକ୍ଷରୁ କୁହାଯାଇଥିଲା। ହେଲେ ଜଣେ ନେତା ଚାନ୍ଦିପୁରର ଏକ ହୋଟେଲରେ ରହିଥିଲେ। ବିଜେପି ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଳମ୍ବିତ ରାତିରେ ହୋଟେଲରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହିତ ପରସ୍ପରକୁ ଆକ୍ରମଣ କରିଥିଲେ। ଏଥିରେ ଜଣେ ନେତା ଓ ଚାନ୍ଦିପୁର ସମିତିସଭ୍ୟଙ୍କ ସାନଭାଇ ସଞ୍ଜୟ ଦଳେଇ ଗୁରୁତର ଆହତ ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି। ଏହି ଘଟଣାରେ ୫ଜଣଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି।

ମତାମତ ଦିଅନ୍ତୁ ।