ବାଲେଶ୍ଵର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

ଭୁବନେଶ୍ଵର : ଆସନ୍ତା ନଭେମ୍ବର ୩ ତାରିଖରେ ବାଲେଶ୍ଵର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ। ଏ ଦୁଇ ନିର୍ବାଚନମଣ୍ଡଳୀ ପାଇଁ ଆଜି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ବାଲେଶ୍ଵର ସଦର ପାଇଁ ମମତା କୁଣ୍ଡୁଙ୍କୁ ଟିକେଟ ଦିଆଯାଇଥିବା ବେଳେ ତିର୍ତ୍ତୋଲରୁ ପ୍ରାର୍ଥୀ ହୋଇଛନ୍ତି ହିମାଂଶୁ ଭୂଷଣ ମଲ୍ଲିକ। ସେହିପରି ଆଜି ବିଜେଡ଼ି ପକ୍ଷରୁ ମଧ୍ୟ ଏହି ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ବାଲେଶ୍ଵର ସଦର ପାଇଁ ସ୍ବରୂପ ନାୟକ ଓ ତିର୍ତ୍ତୋଲ ପାଇଁ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରାଯାଇଛି। ପୂର୍ବରୁ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିସାରିଛି।

ମତାମତ ଦିଅନ୍ତୁ ।