ବାଲେଶ୍ଵର ସଦର ଓ ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ଆଗୁଆ

ଭୁବନେଶ୍ଵର : ବାଲେଶ୍ଵର ସଦର ଓ ତିର୍ତ୍ତୋଲ ବିଧାନସଭା ଉପ ନିର୍ବାଚନ ଭୋଟ୍ ଗଣତି ଜାରି ରହିଛି। ୮ମ ରାଉଣ୍ଡ ଭୋଟ୍ ଗଣତି ପରେ ତିର୍ତ୍ତୋଲର ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୧୦୭୩୭ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ବିଜୟ ଶଙ୍କରଙ୍କୁ ୨୮୭୯୭, ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରାଙ୍କୁ ୧୫୭୭୬ ଓ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକଙ୍କୁ ୫୫୪୭ ଖଣ୍ଡ ଭୋଟ୍ ମିଳିଛି।

ସେହିପରି ୭ମ ରାଉଣ୍ଡ ଭୋଟ୍ ଗଣତି ପରେ ବାଲେଶ୍ଵର ସଦର ବିଜେଡି ପ୍ରାର୍ଥୀ ସ୍ଵରୂପ ଦାସ ୨୩୯୬ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ସ୍ଵରୂପଙ୍କୁ ୨୧୯୧୧, ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୧୯୫୧୫ ଓ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କୁ ୫୨୩ ଖଣ୍ଡ ଭୋଟ୍ ମିଳିଛି।

ମତାମତ ଦିଅନ୍ତୁ ।