ବାଲେଶ୍ୱର : ଟ୍ରକ ଓ କାର ଧକ୍କା, ଜଣେ ମୃତ

ବାହାନଗା : ବାଲେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର ଖନ୍ତାପଡା ନିକଟରେ ମାଲବାହୀ ଟ୍ରକ ଓ କାର ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଦୁଇଙ୍କର ଗୁରୁତର ହୋଇଥିଲେ। ଖବର ପାଇ ଖନ୍ତାପଡା ପୋଲିସ ସେମାନକୁ ବାଲେଶ୍ୱର ସଦର ହସ୍ପିଟାଲରେ ଭର୍ତି କରିଥିଲେ ହେଁ ସେଠାରେ ଡ୍ରାଇଭରର ମୃତ୍ୟୁ ଘଟିଛି। ଅନ୍ୟ ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ଆହତ ଜଣକ ହେଲେ କୋଲକାତାର ଡାକ୍ତର ଦେବଲୀନ ସର୍ଖେଲ ବୋଲି ଜଣାପଡ଼ିଛି।

ମତାମତ ଦିଅନ୍ତୁ ।