ବାଲେଶ୍ୱରରେ ମୁଖ୍ୟ ସଚିବ ଓ ୫ଟି ସଚିବ

0

ବାଲେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନ ଓ ପୂର୍ତ୍ତ ସଚିବ କ୍ରିଷ୍ଣନ କୁମାରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଜି ବାଲେଶ୍ଵର ଗସ୍ତ କରିଛନ୍ତି।

ମଙ୍ଗଳବାର ସଚିବମାନେ ସକାଳ ୭ଟା ୪୦ମିନିଟ ସମୟରେ ହେଲିକପ୍ଟର ଯୋଗେ ଆସି ବାଲେଶ୍ଵର ସହରର ପୋଲିସ ପରେଡ୍‌ ପଡ଼ିଆରେ ଓହ୍ଲାଇଥିଲେ। ସେମାନଙ୍କୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ କୁରୁଡ଼ା ସ୍ଥିତ ଜ୍ୟୋତି ହସ୍ପିଟାଲକୁ ଯାଇ ସେଠାରେ କୋଭିଡ ହସ୍ପିଟାଲ ପୁନଃକାର୍ଯ୍ୟକ୍ଷମ ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାଛଡା ସେମାନେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିବା ସହ ୫ଟି ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମଗୁଡ଼ିକ କିଭଳି ଚାଲିଛି ତାହାର ସମୀକ୍ଷା କରିବେ ବୋଲି ଜଣାପଡିଛି।

Leave A Reply

Your email address will not be published.